ରିଲ୍ସ ସଉକରେ ବାଧା ଦେବାରୁ ହତ୍ୟା

ରିଲ୍ସ ଚକ୍କରରେ ସବୁକିଛି ତୁଛ ମଣୁଥିଲେ। ଯିଏ ବାଧା ଦେଉଥିଲା, ହଜମ କରିପାରୁନଥିଲେ। ଶେଷରେ ଏହି ରିଲ୍ସ ପାଇଁ ନିଜ ସ୍ୱାମୀଙ୍କ ଜୀବନ ନେବାକୁ ପଛାଇଲେନି ମହିଳା। ଏଭଳି ଘଟଣା ଭିବାନୀରୁ ଆସିଛି। ସୋସିଆଲ ମିଡିଆରେ ପ୍ରସିଦ୍ଧି ହେବାର ପାଗଳପଣ ମୁଣ୍ଡକୁ ଚଢ଼ିଯାଇଥିଲା। ସେଥିଲାଗି ଘର ବାହାରେ ଅଧିକାଂଶ ସମୟ ରହୁଥିଲେ ରବୀନା। ୩୨ ବର୍ଷୀୟା ରବୀନାଙ୍କ ୭ ବର୍ଷର ପୁଅ ମୁକୁଲ ବି ଅଛି। ସୋସିଆଲ ମିଡିଆ ବିଶେଷ କରି ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ରିଲ୍ସ ଓ ସର୍ଟସ ଭିଡ଼ିଓ କରିବାର ସଉକ ଥିଲା। ରବିନାଙ୍କ ସ୍ୱାମୀ ପ୍ରବୀଣ ତାଙ୍କୁ ରିଲ୍ସ କରିବାକୁ ସବୁବେଳେ ରୋକୁଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ରବୀନା ପ୍ରବୀଣଙ୍କୁ ୨୦୧୭ରେ ବିବାହ କରିଥିଲେ। ପ୍ରାୟ ଦେଢ଼ବର୍ଷ ପୂର୍ବରୁ ଇନଷ୍ଟାଗ୍ରାମରେ ହିସାରର ପ୍ରେମନଗର ନିବାସୀ ୟୁଟ୍ୟୁବର ସୁରେଶଙ୍କ ସହ ବନ୍ଧୁତା ହୋଇଥିଲା। ଏହା ପରବର୍ତ୍ତୀ ସମୟରେ ପ୍ରେମ ଓ ଅବୈଧ ସମ୍ୱନ୍ଧକୁ ବଢ଼ିଥିଲା। ମାର୍ଚ୍ଚ ୨୫ରେ ଘରକୁ ଫେରିବା ପରେ ପ୍ରବୀଣ ଓ ରବିନାଙ୍କ ଭିତରେ ଝଗଡ଼ା ହୋଇଥିଲା। କାରଣ ରବୀନା ଓ ସୁରେଶଙ୍କ ଭିତରେ ଆପତ୍ତିଜନକ ସ୍ଥିତିକୁ ଦେଖିଦେଇଥିଲେ ପ୍ରବୀଣ। ଆଉ ସେଇ ରାତି ହିଁ କାଳରାତି ସାଜିଥିଲା ପ୍ରବୀଣଙ୍କ ପାଇଁ। ରବୀନା ଓ ସୁରେଶ ମିଶିକି ଓଢ଼ଣୀରେ ଗଳାକୁ ଚିପି ହତ୍ୟା କରିଥିଲେ। ହତ୍ୟା ପରେ ରାତାରାତି ଶବକୁ ବାଇକରେ ଲଦି ଭିବାନୀର ଦିନୋଦ ରୋଡରେ ଥିବା ଏକ ନାଳରେ ଫିଙ୍ଗିଦେଇଥିଲେ। କିଛି ଦିନ ପରେ ପ୍ରବୀଣର ପଚିଯାଇଥିବା ଶବ ନାଳରୁ ମିଳିଥିଲା। ପରିବାର ଲୋକେ ପ୍ରବୀଣର ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ସିସିଟିଭି ଫୁଟେଜ୍ ହତ୍ୟାକାଣ୍ଡର ଖୁଲାସା କରିଥିଲା। ପୁଲିସ ରବୀନାକୁ ଗିରଫ କରି ଜେଲ୍ ପଠାଇସାରିଛି। କିନ୍ତୁ ସୁରେଶ ଏବେ ବି ଫେରାର୍। ବାପାଙ୍କୁ ହରାଇ ଓ ମା ଜେଲ ଯିବା ପରେ ପୁଅ ମୁକୁଲ ଏବେ ଦାଦା ସୁବାଷ ଓ ସନ୍ଦୀପଙ୍କ ପାଖରେ ରହୁଛି। ପୁଲିସ ସୁରେଶକୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *