ବାବିଲ୍ ଖାନ୍ କାହିଁକି ବିଳିବିଳେଇଲେ- ବଲିଉଡକୁ ଅସଭ୍ୟ ବୋଲି କହିଲେ

ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କ ପୁଅ ବାବିଲ ଖାନ୍ ଏବେ ଚର୍ଚ୍ଚାରେ। ଇନଷ୍ଟାଗ୍ରାମରେ କାନ୍ଦି ବୋବାଳି ଯେଭଳି ବାବିଲ୍ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ଟାର୍ଗେଟ କରି ଗାଳିଗୁଳଜ ସହ ଅପଶବ୍ଦ ବ୍ୟବହାର କରୁଛନ୍ତି। ତାକୁ ଦେଖି ସମସ୍ତେ ତାଜୁବ୍। ବଲିଉଡ୍ ବହୁତ ଅସଭ୍ୟ ଅଟେ ବୋଲି କହିଥିଲେ ବାବିଲ୍। ରବିବାର ବାବିଲଙ୍କ ଭିଡ଼ିଓ ବେଶ୍ ଭାଇରାଲ ହୋଇଥିଲା। ଇରଫାନ ଖାନ ବେଶ୍ ପ୍ରଖ୍ୟାତ ଅଭିନେତା ଥିଲେ। ଗମ୍ଭୀର ବେମାରରେ ମାତ୍ର ୫୩ ବର୍ଷ ବୟସରେ ଚାଲିଯାଇଥିଲେ ଇରଫାନ୍। ଇରଫାନଙ୍କ ପରଲୋକ ପରେ ତାଙ୍କ ବଡ଼ ପୁଅ ବାବିଲ ଖାନ୍ ବଲିଉଡରେ ପାଦ ଥାପିଥିଲେ। କିନ୍ତୁ ସଫଳ ହୋଇପାରିଲେନି। ଆଉ ଏହି କାରଣରୁ ସୋସିଆଲ ମିଡ଼ିଆରେ କାନ୍ଦି କାନ୍ଦି ଅନେକ ବଲିଉଡ୍ ଷ୍ଚାର କିଡସ ଓ ଅନ୍ୟ ଷ୍ଟାରଙ୍କ ଉପରେ ଗମ୍ଭୀର ଆରୋପ ଲଦିଥିଲେ। ଏହା ପରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିଦିଆଯାଇଥିଲା। ଅନେକ ସେଲିବ୍ରିଟିଙ୍କ ନାଁ ନେଇ ଟାର୍ଗେଟ କରିଥିଲେ ବାବିଲ୍। ଅନନ୍ୟା ପାଣ୍ଡେ, ଶନାୟା କପୁର, ସିଦ୍ଧାନ୍ତ ଚତୁର୍ବେଦୀ, ରାଘଭ ଜୁଆଲ, ଆଦର୍ଶ ଗୌରବ, ଅରିଜିତ ସିଂ, ଅର୍ଜୁନ କପୁରଙ୍କ ସମେତ ଅନେକଙ୍କୁ ଟାର୍ଗେଟ କରିଥିଲେ। ଫିଲ୍ମମେକର ସାଇ ରାଜେଶ ବାବିଲଙ୍କୁ ସମାଲୋଚନା କରିବା ସହ ତାଙ୍କ କ୍ଷମାପ୍ରାର୍ଥନା ଦାବି କରିଛନ୍ତି। ନିଜ ଫିଲ୍ମ ବବିର ରିମେକ ଲାଗି ବାବିଲଙ୍କୁ ଯିଏ ଲିଡ୍ ରୋଲ ଦେବାକୁ ଭାବିଥିଲେ। ସେପଟେ ରାଜେଶଙ୍କୁ ବି ଜବାବ ଦେଇଛନ୍ତି ବାବିଲ। ବାବିଲ୍ କହିଛନ୍ତି, ସେ ତାଙ୍କ ହୃଦୟ ଭାଙ୍ଗିଦେଲେ। ଜୀବନର ୨ ବର୍ଷ ପୁରା ସମର୍ପି ଦେଇଥିଲେ। ନିଜ ଶରୀର ଉପରେ ଶାରୀରିକ ଅତ୍ଯାଚାର କରିଥିଲେ। ଯେମିତି ସେ ଚରିତ୍ରକୁ ଖାପ ଖୁଆଇ ନ୍ୟାୟ ଦେଇପାରିବି। କିନ୍ତୁ କିଛି ହେଲାନି। ନିଜ ଲୁହ ଅଟକାଇବାକୁ ଯାଇ ହାତର ଶିରା ବି କାଟିଦେଇଥିଲି ବୋଲି କହିଛନ୍ତି ବାବଲି। ତେବେ ବିବାଦ ଘନେଇବା ପରେ ସାଇ ରାଜେଶ ଓ ବାବଲି ନିଜ ପୋଷ୍ଟ ଓ କମେଣ୍ଟ ଡିଲିଟ୍ କରିଦେଇଛନ୍ତି। ବାବିଲଙ୍କ ଭିଡ଼ିଓ ଭାଇରାଲ ପରେ ତାଙ୍କ ମାଆ ସୁତାପାଙ୍କୁ ଏଥିଲାଗି ସଫେଇ ଦେବାକୁ ପଡ଼ିଛି। ଗଲା କିଛି ବର୍ଷ ହେଲା ବାବିଲ ନିଜ ଆକ୍ଟିଂ ଓ ମାନସିକ ସ୍ୱାସ୍ଥ୍ୟ ବାବଦରେ ଖୋଲାମନରେ ଆଲୋଚନା କରି ବେଶ୍ ସମ୍ମାନ ସାଉଁଟିଥିଲେ। ସମସ୍ତଙ୍କ ଭଳି ବାବିଲଙ୍କ ଜୀବନରେ ବି କିଛି କଠିନ ସମୟ ଆସିଛି। ଆଉ ଏହା ହେଉଛି ଏହାର ଅଂଶବିଶେଷ। ବାବିଲ ଖୁବଶୀଘ୍ର ଏଥିରୁ ବାହାରିଯିବେ ବୋଲି କହିଛନ୍ତି ତାଙ୍କ ମାଆ। ଭାଇରାଲ ଭିଡ଼ିଓରୁ ଭୁଲ ଅର୍ଥ ବାହାର କରାଯାଉଛି। ଆଉ ଆଜି ସକାଳେ ନିଜ ସ୍ୱର୍ଗୀୟ ପିତାଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଇରଫାନ ଖାନଙ୍କ ଫିଲ୍ମର ଏକ ଡାଇଲଗ ବି ଏ ମ୍ୟାନ୍ ସେୟାର କରିଥିଲେ। ନିଜକୁ ନିଜେ ସାହାସ ଦେବାକୁ ଆଉ ମଝବୁତ୍ କରିବାକୁ ଏଭଳି ସେୟାର କରିଥିବା ଚର୍ଚ୍ଚା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *