ଭଦ୍ରକର ପ୍ରାୟ ଶହେ ବର୍ଷର ପୁରୁଣା ଗଣପର୍ବ ମୁନିସି ମେଳଣ। ସବୁ ବର୍ଷ ପରି ଏବର୍ଷ ମଧ୍ୟ ରାଧାମାଧବଙ୍କ ପାଦପଦ୍ମରେ ହୋଲି ଲଗାଇ ପୋଲିସ ଏବଂ ଜନତା ନିଜ ନିଜ ମଧରେ ଆରମ୍ଭ କରିଛନ୍ତି ଭାଇଚାରାର ପର୍ବ। ବର୍ଷ ବର୍ଷ ଧରି ଅନୁଷ୍ଠିତ କରାଯାଉଥିବା ମୁନିସି ମେଳଣ ଆଜି ପ୍ରମାଣ କରିଛି ପୋଲିସ ଏବଂ ଜନତାଙ୍କ ମଧ୍ୟର ମଧୁର ସମ୍ପର୍କ ର ମୂଲ୍ୟ। କୁହାଯାଏ ଇଂରେଜ ଅମଳରୁ ମୁନିସିଙ୍କ ଅତ୍ୟାଚାର ରେ ଆକ୍ରୋଶ ହୋଇ ୧୭ ଅଗଷ୍ଟ ୧୯୪୨ ମସିହାରେ ଭଣ୍ଡାରିପୋଖରୀ ଥାନାରେ ଲାଗିଥିଲା ନିଆଁ, ଆଉ ସେଥିରେ ପୋଡି ହୋଇଯାଇଥିଲା ସମ୍ପୂର୍ଣ ଥାନା। ସେବେଠାରୁ ପୋଲିସ ଆଉ ଜନସାଧାରଣଙ୍କ ସମ୍ପର୍କ ରେ ବଢିଥିଲା ତିକ୍ତତା। ଏହି ସମ୍ପର୍କରେ ସୁଦ୍ଧାର ଆଣିବାକୁ ପ୍ରୟାସ କରିଥିଲେ ସେତେ ବେଳେ ଥାନାବାବୁ ହୋଇ ଆସିଥିବା ବାବୁ ଲାଲ ମୁନିସି। ତାଙ୍କରି ଉଦ୍ୟମ ରେ ଆରମ୍ଭ ହୋଇଥିଲା ମୁନିସି ମେଳଣ। ଭଦ୍ରକ ରେ ତିନି ଦିନ ଧରି ଆୟୋଜିତ ହୁଏ ଏହି ଗଣପର୍ବ। ବାଜା ବାଣ ସହ ପ୍ରାୟ ୫୦ରୁ ଉର୍ଦ୍ଧ ରାଧାମାଧବ ମେଢ଼ ଆସି ପହଞ୍ଚି ଥାଏ ଭଣ୍ଡାରିପୋଖରୀ ଥାନା ପରିସରରେ। |ଆଖପାଖ ଅଂଚଳ ର ପ୍ରାୟ ସମସ୍ତ ବର୍ଗ ର ବ୍ୟକ୍ତିବିଶେଷ ଏହି ମହାମିଳନ ରେ ସାମିଲ ହୁଅନ୍ତି। ପ୍ରଭୁଙ୍କ ପାଦରେ ହୋଲି ଲଗାଇ ଆରମ୍ଭ ହୁଏ ପୋଲିସ ଏବଂ ଜନତାଙ୍କ ହୋଲି ଉତ୍ସବ। ଉତ୍ସବରେ ଥାନାର ଅଫିସର ଠାରୁ କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୁଅନ୍ତି। ନାଚ ଗୀତରେ କମ୍ପିତ ହେଉଥାଏ ସମଗ୍ର ଅଂଚଳ। ଏହି ମହାପର୍ବ ରେ ନା ଥାଏ କୌଣସି କଟକଣା ନା ଜନତା ଙ୍କ ମନରେ କୌଣସି ଭୟ କେବଳ ଥାଏ ଭାଇଚାରାର ଅପୂର୍ଵ ପ୍ରେମ। ଦୁଇଦିନ ଧରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି ଥାନା ପରିସର ଶିତିକଣ୍ଠେଶ୍ବର ମନ୍ଦିର ଠାରେ ଦୁଇଦିନ ବ୍ୟାପୀ ରୀତିନୀତି ଅନୁଯାୟୀ ପୂଜାପାଠ ଓ ହୋମଯଜ୍ଞ ଆୟୋଜନ ହେଉଥିବା ବେଳେ ଶେଷ ଦିନରେ ଦୋଳ ବିମାନ ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now