କନ୍ନଡ଼ ଭାଷା ବିବାଦ- କେଉଁଠି ହିଂସା ତ କେଉଁଠି ଧମକ

କର୍ଣ୍ଣାଟକରେ କନ୍ନଡ ଭାଷାକୁ କେନ୍ଦ୍ର କରି ଗତ କିଛି ସମୟ ଧରି ଅନେକ ବିବାଦ ଓ ଆନ୍ଦୋଳନ ଦେଖାଯାଇଛି। ଏହା ରାଜ୍ୟର ସାଂସ୍କୃତିକ ଓ ଭାଷାଗତ ଗରିମାକୁ କେନ୍ଦ୍ର କରି ଜନସାଧାରଣ ମଧ୍ୟରେ ଏକ ଗଭୀର ଅନୁଭୂତି ସୃଷ୍ଟି କରିଛି। ବେଙ୍ଗାଲୁରୁ ରୁରାଲ ଅଞ୍ଚଳର SBI ଚନ୍ଦାପୁର ବ୍ରାଞ୍ଚରେ ଏକ ଭିଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଛି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଗ୍ରାହକ କନ୍ନଡରେ କଥା ହେବାକୁ ଚାହୁଁଥିଲେ, କିନ୍ତୁ ପ୍ରବନ୍ଧକ ହିନ୍ଦୀ କହି ଚାଲିଥିଲେ। ସେ ବିଲକୁଲ କନ୍ନଡରେ କହିବେନି ବୋଲି ରୋକଠୋକ ଶୁଣାଇଦେଇଥିଲେ। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ନିନ୍ଦା କରିଥିଲେ ଓ କର୍ମଚାରୀମାନଙ୍କୁ ଭାଷା ସମ୍ବେଦନଶୀଳତା ଶିକ୍ଷା ଦେବା ଉପରେ ଜୋର ଦେଇଛନ୍ତି।ବେଙ୍ଗାଲୁରୁରେ ଏକ କଲେଜ୍ କନସର୍ଟରେ ସୋନୁ ନିଗମ କନ୍ନଡ ଗୀତ ନା ଗାଇ ପାରିବା ଓ ତାଙ୍କ ଟିକାଟିପ୍ପଣୀ ବିବାଦ ଛିଡା କରିଥିଲା। ତାଙ୍କ ଟିପ୍ପଣୀକୁ ପାହାଲଗାମ ଘଟଣା ସହିତ ତୁଳନା କରିଥିବାରୁ ଅନେକ କନ୍ନଡ ଭାଷାପ୍ରେମୀ ଅପମାନିତ ଅନୁଭବ କରିଛନ୍ତି। ତାଙ୍କ ବିରୋଧରେ ଏଫ୍‌ଆଇଆର ହେବା ସହ ଏ ମାମଲା ଏବେ ବିଚାରାଧୀନ ଅବସ୍ଥାରେ ରହିଛି।କର୍ଣ୍ଣାଟକ ରକ୍ଷଣା ବେଦିକେ (KRV) ସହିତ କିଛି ସଂଗଠନ ସମସ୍ତ ବ୍ୟବସାୟିକ ସଂସ୍ଥାଙ୍କୁ କହିଛନ୍ତି ଯେ ସାଇନବୋର୍ଡରେ ୬୦% କନ୍ନଡ ଭାଷାରେ ଲେଖିବା ଆବଶ୍ୟକ। ବେଙ୍ଗାଲୁରୁ ସହିତ ଅନ୍ୟାନ୍ୟ ସ୍ଥାନରେ ବି କନ୍ନଡ ନାମଫଳକ ଉପରେ ଜୋର ଦେଇ କାମ ଆରମ୍ଭ ହୋଇଛି। ୨୨ ମାର୍ଚ୍ଚ ରେ “କନ୍ନଡ ଓକ୍କୁଟ” ନାମକ ଏକ ସଂଗଠନ ଦ୍ୱାରା ୧୨-ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ବିବାଦର ମୂଳ କାରଣ ଥିଲା ବେଲଗାଭିରେ ଏକ କେଏସଆରଟିସି କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିଲା, ଯିଏ ମରାଠି ଭାଷା କୁ ଜାଣିନଥିଲେ। ମନ୍ତ୍ରୀ ଶିବରାଜ ତଙ୍ଗଡ଼ଗିଙ୍କ କନ୍ନଡ ଲେଖନୀ ଉପରେ ବିବାଦ ତେଜିଥିଲା। ଏକ ଭିଡିଓ ଭାଇରାଲ ହେବା ପରେ ବିବାଦ ଦେଖାଯାଇଥିଲା, ଯେଉଁଠି ସେ କନ୍ନଡ ଲେଖିବାକୁ ଅସୁବିଧା ଅନୁଭବ କରୁଛନ୍ତି। ବିରୋଧୀ ଦଳ ଏହାକୁ ନେଇ ସରକାର ଉପରେ ଅଭିଯୋଗ କରିଥିଲେ ଯେ ରାଜ୍ୟରେ କନ୍ନଡ ଭାଷାର ପ୍ରଚାର ଓ ଶିକ୍ଷା ଅବହେଳିତ ହେଉଛି। ଏ ସମସ୍ତ ଘଟଣା କର୍ଣ୍ଣାଟକରେ କନ୍ନଡ ଭାଷା ପ୍ରତି ଲୋକମାନେ କେତେ ଭାବପ୍ରବଣ ଏବଂ ସଚେତନ ଅଛନ୍ତି ତାହା ପ୍ରମାଣିତ କରେ। ଏହି ଅନ୍ଦୋଳନ ଏବଂ ବିବାଦଗୁଡ଼ିକ ରାଜ୍ୟର ସାଂସ୍କୃତିକ ଅସ୍ତିତ୍ୱକୁ ରକ୍ଷା କରିବା ପ୍ରତି ଏକ ଚେତନା ରୂପେ ଦେଖାଯାଉଛି। କିନ୍ତୁ ଏହାକୁ ନେଇ ବିବାଦ ଓ ହିଂସାକୁ ଏଡ଼ାଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ସରକାର।





Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *