ମାଁ ତାରାତାରିଣୀଙ୍କୁ ଦୁବୃର୍ତ୍ତ ମାନେ ଛୁଇଁବା ପରେ ଆଜି ଚାଲିଛି ମହାସ୍ନାନ । ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହୋଇ ସେବାୟତ ପରିବାରର ମା ଭଉଣୀ ମାନେ । ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିଛନ୍ତି ସେବାୟତ ମାନେ । ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଆସି । ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯାଇଛି। ଏହାପରେ ଶ୍ରୀ ସୁପ୍ତ, ଦେବୀ ସୁପ୍ତ ସହ ବାତ୍ରୀ ସୁପ୍ତ ଭଳି ଏହି ତିନୋଟି ସୁପ୍ତକୁ ୧୦୮ଥର ପଠନ କରାଯିବ । ଏହାପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମାଁ ତାରାତାରିଣୀ ।
ତେବେ ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି
Naxatra News is now on Whatsapp
Join and get latest news update delivered to you via whatsapp
Join Now