ଅଭିନେତା ବିଜୟ ଥଲପତିଙ୍କ ବଡ଼ିଗାର୍ଡ ଜଣେ ବୟସ୍କଙ୍କୁ ମାରିବାକୁ ବନ୍ଧୁକ ଦେଖାଇଲେ। ସଂପୃକ୍ତ ବୟସ୍କ ବ୍ୟକ୍ତି ଥଲପତିଙ୍କ ଫ୍ୟାନ୍ସ ଥିଲେ। ମଦୁରାଇ ଏୟାରପୋର୍ଟରେ ଯେତେବେଳେ ଅଭିନେତାଙ୍କୁ ଦେଖି ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲେ ବୟସ୍କ ଫ୍ୟାନ୍ ଜଣକ। ଅଚାନକ ଥଲପତିଙ୍କ ଅଙ୍ଗ ରକ୍ଷକ ତାଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ। ଏଭଳି ହଙ୍ଗାମା ହେଉଥିବା ବେଳେ ଏହାକୁ ନଜରଅନ୍ଦାଜ କରି ଚାଲିଯାଇଥିଲେ ଥଲପତି। ତାମିଲ ସୁପରଷ୍ଟାର ବିଜୟ କୋଡ଼େକେନାଲରେ ସୁଟିଂ ସାରି ଫେରୁଥିଲେ। ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ କରିବାକୁ ଭିଡ଼ ଜମିଥିଲା। ଏତିକି ବେଳେ ଜଣେ ବୟସ୍କ ବିଜୟଙ୍କ ଆଡ଼କୁ ଦ୍ରୁତ ଗତିରେ ଯାଇଥିଲେ। ଥଲପତିଙ୍କ ସହ ହାତ ମିଳାଇବାକୁ ବାହାରିବା ମାତ୍ରେ ଅଙ୍ଗରକ୍ଷକ ତାଙ୍କୁ ଅଟକାଇବା ସହ ବନ୍ଧୁକ ଦେଖାଇଥିଲେ। ଅଭିନେତାରୁ ରାଜନେତା ସାଜିଥିବା ବିଜୟ ଏ ନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ। ଚୁପଚାପ ଟର୍ମିନାଲ ଆଡ଼କୁ ବଢିଥିଲେ। ସୋସିଆଲ ମିଡିଆରେ ୟୁଜର୍ସ ବିଜୟ ଓ ତାଙ୍କ ବଡ଼ିଗାର୍ଡଙ୍କ ଏଭଳି ଆଚରଣକୁ ସମାଲୋଚନା କରିଛନ୍ତି। ଅନେକ ୟୁଜର୍ସ କହିଛନ୍ତି, ଯେତେବେଳେ ଜନତା ଅବା ସାମ୍ୱାଦିକ ରଜନୀକାନ୍ତ, ଅଜିତ, ଶିବକାର୍ତ୍ତିକେୟନ, ସୂର୍ଯ୍ୟାଙ୍କ ଭଳି ଷ୍ଟାରଙ୍କ ପାଖକୁ ଯାଆନ୍ତି। ସେମାନେ ବେଶ୍ ବିନମ୍ରତାର ସହ ବ୍ୟବହାର କରନ୍ତି। କିନ୍ତୁ ବିଜୟଙ୍କ କ୍ଷେତ୍ରରେ ଫ୍ୟାନ୍ସ କେମିତି ଧମକର ଶୀକାର ହୁଅନ୍ତି,ତାହା ଜଳଜଳ କରି ଦିଶୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now