ମହୁମାଛି ଆକ୍ରମଣରେ ଶହୀଦ ହୋଇଗଲା ରୋଲୋ

ଛତିଶଗଡ଼ ପୁଲିସ ଓ ସିଆରପିଏଫ ଟିମ୍ ନକ୍ସଲ ପ୍ରଭାବିତ ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ଆଉ ଏତିକିବେଳେ ୨ ବର୍ଷର ରୋଲୋ ଉପରେ ମହୁମାଛି ଆକ୍ରମଣ କରିଥିଲା। ରୋଲୋକୁ ରକ୍ଷା କରିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ଏପରିକି ତାକୁ ପଲିଥିନ ସିଟରେ ବି ଘୋଡ଼ାଇ ଦିଆଯାଇଥିଲା। କିନ୍ତୁ ସେ ସିଟ୍ ଭିତରେ ବି ପଶି ରୋଲୋକୁ ୨ଶହ ଥର ଦଂଶନ କରିଥିଲା ମହୁମାଛି। ଆଉ ଶେଷରେ ଜୀବନ ହାରିଦେଲା ରୋଲୋ। ରୋଲୋ ହେଉଛି ସେନାର ସାହାସୀ କୁକୁର। ଯିଏ ନକ୍ସଲଙ୍କ ସହ ଲଢ଼ୁ ଲଢ଼ୁ ଶହୀଦ ହୋଇଗଲା। କେ ନାଇନ୍ ସିପାହୀ ରୋଲୋ। ସ୍ନିଫର ଡଗ୍ ରୋଲୋର ମୃତ୍ୟୁ ଜବାନଙ୍କୁ ମର୍ମାହତ କରିଛି। ରୋଲୋକୁ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହ ବିଦାୟ ଦିଆଯାଇଛି। ତାକୁ ଗାର୍ଡ ଅଫ ଅନର ଦିଆଯାଇଛି। ସିଆରପିଏଫ ରୋଲାକୁ ମରଣୋତ୍ତର ସମ୍ମାନ ଦେବାକୁ ଘୋଷଣା କରିଛି। ସିଆରପିଏଫ ୨୨୮ ବାଟାଲିୟନରେ ସାମିଲ୍ ଥିଲା ରୋଲୋ। ନକ୍ସଲ ବିରୋଧୀ ଅପରେସନରେ ଅନେକ ସାହସିକତା କାମରେ ନିପୁଣ ଥିଲା ରୋଲୋ।  ବୀରଗତି ପ୍ରାପ୍ତ ହୋଇଥିବା ରୋଲୋ ସବୁଦିନ ଲାଗି ସ୍ମରଣୀୟ ହୋଇ ରହିବ। ଛତିଶଗଡ଼- ତେଲେଙ୍ଗାନା ସୀମାରେ ସବୁଠୁ ବଡ଼ ଧରଣର ନକ୍ସଲ ବିରୋଧୀ ଅପରେସନରେ କେଉଁଠି ଆଇଇଡି ବିସ୍ଫୋରକ ରହିଛି, ନିଜର ଘ୍ରାଣ ଶକ୍ତି ବଳରେ ଠାବ କରୁଥିଲା ରୋଲୋ। କୋରଗାଟୁଲ ପାହାଡ଼ରେ ମହୁମାଛି ଆକ୍ରମଣ କରିଥିଲା ରୋଲୋକୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *