ଟ୍ରମ୍ପ-ମୋଦି: ୩୫ ମିନିଟ ଟେଲିଫୋନ କଲରେ ୫ ମୁଦ୍ଦା

ଜି-୭ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି। କାନାଡ଼ା ସହ ଭାରତର ତିକ୍ତ ସମ୍ପର୍କରୁ ଏଥର ମୋଦିଙ୍କୁ ଜି-୭ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇନଥିବା ଆଲୋଚନାରେ ଜବନିକା ପଡ଼ିଛି। ଅପରେସନ ସିନ୍ଦୂର ବେଳେ ବି କାନାଡ଼ାର ଭାରତ ପ୍ରତି ଆଭିମୁଖ୍ୟ ନକରାତ୍ମକ ଥିବାରୁ ଏ ସବୁ ଚର୍ଚ୍ଚା ଖୋରାକ ଯୋଗାଇଥିଲା। ମୋଦିଙ୍କ ଗସ୍ତକୁ ଖଲିସ୍ତାନୀ ବିରୋଧ କରିବେ। ଯଦିଓ ମୋଦିଙ୍କ ଗସ୍ତକୁ କାନାଡାରେ ବିରୋଧ ହୋଇଥିବାର କିଛି ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାନ୍ନି ମୋଦିଙ୍କୁ ଯେଭଳି ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କଲେ, ତାହା ଦୁଇ ରାଷ୍ଟ୍ର ଭିତରେ ସମ୍ପର୍କକୁ ପୁଣି ମଝଭୁତ କରିବାର ବାଟ ଖୋଲିଦେଇଛି। ଆତଙ୍କବାଦ ବିରୁଦ୍ଧରେ ଉଭୟ ରାଷ୍ଟ୍ର ଲଢ଼ିବେ ବୋଲି କହିଛନ୍ତି। ତେବେ ଜି-୭ ସମ୍ମିଳନୀରେ ମୋଦିଙ୍କ ଯୋଗଦାନ ଯେତିକି ଚର୍ଚ୍ଚାର ବିଷୟ ସାଜିନି, ତାଠୁ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ଜି-୭ ସମ୍ମିଳନୀରେ ମୋଦି ଓ ଟ୍ରମ୍ପଙ୍କ ଭିତରେ ୩୫ ମିନିଟର ଟେଲିଫୋନିକ କଲ୍। ସରକାର କହିଛନ୍ତି, ଉଭୟ ନେତାଙ୍କ ଭିତରେ ଏକାଠି ବସି ଆଲୋଚନା କରିବାର ସୁଯୋଗ ନଥିଲା। କାରଣ ଜି-୭ ସମ୍ମିଳନୀ ଅଧାରୁ ଟ୍ରମ୍ପ ଆଗୁଆ ଆମେରିକା ପ୍ରତ୍ୟାବର୍ତ୍ତନ କରିସାରିଥିଲେ। ଆଉ ଟ୍ରମ୍ପଙ୍କ ଅନୁରୋଧ ରକ୍ଷା କରି ହିଁ ମୋଦି ତାଙ୍କ ସହ ୩୫ ମିନିଟ୍ ଧରି ଟେଲିଫୋନରେ କଥା ହୋଇଥିଲେ। ମୁଖ୍ୟତଃ ୫ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏପ୍ରିଲ ୨୨ ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଦୁଇ ନେତାଙ୍କ ଭିତରେ ଏହା ଥିଲା ପ୍ରଥମ ବାର୍ତ୍ତାଳାପ ବୋଲି ଦାବି କରିଛି ବିଜେପି। ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ଆତଙ୍କ ବିରୋଧୀ ଲଢ଼େଇ ଅଭିଯାନକୁ ସମର୍ଥନ କରିବେ ବୋଲି କହିଥିଲେ ଟ୍ରମ୍ପ। ଅପରେସନ ସିନ୍ଦୂରକୁ ନେଇ ଟ୍ରମ୍ପଙ୍କୁ ବିସ୍ତୃତ ବିବରଣୀ ଦେଇଥିଲେ ମୋଦି।  ଏହା ସହ ମୋଦି କହିଥିଲେ, ଭାରତ-ପାକିସ୍ତାନ ମାମଲାରେ ଭାରତ କଦାପି କାହାରି ମଧ୍ୟସ୍ଥତାକୁ ଗ୍ରହଣ କରିବନି। ଟ୍ରେଡ୍ ଡିଲ ନେଇ କୌଣସି ବୁଝାମଣା ହୋଇନି। ଉଭୟ ନେତା ଇସ୍ରାଏଲ-ଇରାନ, ଋଷ-ୟକ୍ରେନ ବିବାଦ ବାବଦରେ ବି ଆଲୋଚନା ହୋଇଥିବା କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରି। ତେବେ ମୋଦି-ଟ୍ରମ୍ପଙ୍କ ଭିତରେ ଟେଲିଫୋନିକ ଆଲୋଚନାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିଛି। କଂଗ୍ରେସ କହିଛି, ଅପରେସନ ସିନ୍ଦୂର ପରଠୁ ଟ୍ରମ୍ପ ୧୪ଥର ଦାବି କରିଥିଲେ ଯେ, ସେ ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବିରାମରେ ମଧ୍ୟସ୍ଥତା କରିଥିଲେ। ବ୍ୟବସାୟର ଚାପ ପକାଇବାରୁ ଉଭୟ ରାଷ୍ଟ୍ର ରାଜି ହୋଇଥିଲେ। କିନ୍ତୁ ମୋଦି ଏ ବାବଦରେ କାହିଁକି ନୀରବ ରହିଲେ। ବିଦେଶ ସଚିବ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ କଥାବାର୍ତ୍ତା ବାବଦରେ ଯାହା କହୁଛନ୍ତି। ସେଇ ସମାନ କଥା ସଂସଦରେ କହିପାରିବେ  କି ପ୍ରଧାନମନ୍ତ୍ରୀ। ସତସାହସ ଥିଲେ ସର୍ବଦଳୀୟ ବୈଠକ ଡାକନ୍ତୁ ସରକାର। ଆଉ ଟ୍ରମ୍ପଙ୍କୁ ଏମିତି କହିଥିବା ସ୍ପଷ୍ଟ କରିଦିଅନ୍ତୁ ମୋଦି। ଟ୍ରମ୍ପ ଏ କଥା ଟ୍ୱିଟ୍ କରି କହିବେ କି, ସେ ମଧ୍ୟସ୍ଥି କରିନାହାନ୍ତି। ବିଜେପି କାଉଣ୍ଟରରେ କହିଛି, କଂଗ୍ରେସ ଫେକ୍ ନ୍ୟୁଜରେ ବିଶ୍ୱାସ କରେ। ପାକିସ୍ତାନ ସହ ପିଓକେକୁ ନେଇ ଭାରତର ବିବାଦ ରହିଛି। ଅପରେସନ ସିନ୍ଦୂରରେ ପାକିସ୍ତାନର ଆତଙ୍କି ଠିକଣା ଓ ଭିତ୍ତିଭୂମିକୁ ଟାର୍ଗେଟ କରି ଧ୍ୱସ୍ତ କରିବାରୁ ପାକିସ୍ତାନ ଛାନିଆ ହୋଇପଡ଼ିଥିଲା। ଭାରତ ଏଭଳି ସ୍ଥିତିରେ କାହାରି ମଧ୍ୟସ୍ଥତା ଆବଶ୍ୟକ କରେନା। ଭାରତର ବିଦେଶୀ ନୀତି ଭିନ୍ନ ଓ ଭାରତ କାହା ଚାପରେ ପଡ଼େନା। ମୋଦି- ଟ୍ରମ୍ପଙ୍କ ଭିତରେ ଆଲୋଚନକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ବିରୋଧୀ। ଏହା ବିଜେପି ପ୍ରାୟୋଜିତ ସ୍କ୍ରିପ୍ଟ ନା ସତ। ଯାହାକୁ ନେଇ ରାଜନୀତି ତେଜ୍ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *