ଏଚଏଏଲର ହେଲିକପ୍ଟର କାରଖାନା ଦେଶ ପ୍ରତି ସମର୍ପଣ କଲେ ମୋଦି

Spread the love

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ଣ୍ଣାଟକ ଗସ୍ତ କାଳରେ ସୋମବାର ସେ ତୁମକୁରୁରେ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ବା ଏଚଏଏଲର ହେଲିକପ୍ଟର କାରଖାନାକୁ ଦେଶ ପ୍ରତି ସମର୍ପିତ କରିଛନ୍ତି। ଏହି ଅବସରରେ ମୋଦି ତୁମକୁରୁରେ ଲାଇଟ ୟୁଟିଲିଟି ହେଲିକପ୍ଟରକୁ ଅନାବରଣ କରିଛନ୍ତି।  କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସିଏମ ବସବରାଜ ବୋମ୍ମଇ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, ଆଗାମୀ ଦିନରେ ଭାରତ ବିଶ୍ବ ପ୍ରତିରକ୍ଷା ନିର୍ମାଣର କେନ୍ଦ୍ର ହେବାକୁ ଯାଉଛି। ଏହାର ଆରମ୍ଭ ହୋଇସାରିଛି। ଆଜିର ଏହି ସମାରୋହ ତାର ବଡ ପ୍ରମାଣ। ଏହା ରକ୍ଷାକ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଯାତ୍ରାରେ ଏକ ମାଇଲଖୁଣ୍ଟି।

ଏସମ୍ପର୍କରେ ରକ୍ଷାମନ୍ତ୍ରୀ ଶନିବାର କହିଥିଲେ କି, ପ୍ରାରମ୍ଭରେ ଏହି କାରଖାନାରେ ବାର୍ଷିକ ପ୍ରାୟ ୩୦ ହେଲିକପ୍ଟର ନିର୍ମାଣ ହେବ। ପରବର୍ତ୍ତୀ ସମୟରେ ଏହି କ୍ଷମତା ୬୦-୯୦ ହେବ ବୋଲି ରକ୍ଷା ମନ୍ତ୍ରୀ କହିଥିଲେ।  ସେ ଆହୁରି କହିଥିଲେ କି, ଗ୍ରୀନଫିଲ୍ଡ ହେଲିକପ୍ଟର ଫ୍ୟାକ୍ଟୋରୀ ଏସିଆର ସବୁଠାରୁ ବଡ ହେଲିକପ୍ଟର ନିର୍ମାତା । ଯାହା ପ୍ରାରମ୍ଭରେ ଲାଇଟ ୟୁଟିଲିଟି ହେଲିକପ୍ଟର ଉତ୍ପାଦନ କରିବ।

ସୂଚନାଯୋଗ୍ୟ, ୬୧୫ ଏକରରେ ବ୍ୟାପ୍ତ ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନାରେ ଭାରତର ସବୁଠାରୁ ବଡ ହେଲିକପ୍ଟର ନିର୍ମାଣ ସୁବିଧା ରହିଛି ଓ ଏଲୟୁଏଚ ସ୍ବଦେଶୀ ଜ୍ଞାନ କୌଶଳରେ ଡିଜାଇନ ଓ ବିକଶିତ ୩ ଟନ କ୍ଲାସ, ସିଙ୍ଗଲ ଇଞ୍ଜିନ ମଲ୍ଟିପରପଜ ୟୁଟିଲିଟି ହେଲିକପ୍ଟର।

Leave a Reply

Your email address will not be published. Required fields are marked *