ମାସୁଦ୍ ଓ ହାଫିଜକୁ ପାକିସ୍ତାନ ଦେଉ- ରାଜନାଥ ସିଂ

ଆତଙ୍କବାଦ ଓ ପିଓକେ ବ୍ୟତୀତ ପାକିସ୍ତାନ ସହ ଅନ୍ୟ କୌଣସି ମାମଲାରେ ଭାରତ କଥା ହେବନି। ଭାରତ ସହ ପାକିସ୍ତାନ ସତରେ ଯଦି ଆଲୋଚନା କରିବାକୁ ଗମ୍ଭୀର ଅଟେ। ତା ହେଲେ ଆଗ ମୋଷ୍ଟ ଓ୍ୱାଣ୍ଟେଡ୍ ଦୁଇ ଆତଙ୍କବାଦୀ ହାଫିଜ୍ ଓ ମାସୁଦକୁ ଭାରତକୁ ହସ୍ତାନ୍ତର କରୁ। ଆଇଏନଏସ ବିକ୍ରାନ୍ତରେ ନୌସେନା ଅଧିକାରୀଙ୍କୁ ସମ୍ୱୋଧିତ ବେଳେ ଏଭଳି ଢଙ୍ଗରେ ପାକିସ୍ତାନକୁ ଚେତାବନୀ ଓ ପରାମର୍ଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅପରେସନ ସିନ୍ଦୂରରେ ଭାରତୀୟ ନୌସେନାର ଅଦମ୍ୟ ସାହାସକୁ ସଲାମ କରିଛନ୍ତି ରାଜନାଥ। ପାକିସ୍ତାନ ନିଜ ମାଟିରେ ଚଳାଇଥିବା ଆତଙ୍କବାଦର ନର୍ସରୀକୁ ନିଜ ହାତରେ ଓପାଡ଼ିଦେଉ। ଆଉ ଏହାର ଶୁଭାରମ୍ଭ ହାଫିଜ୍ ସଇଦ୍ ଓ ମାସୁଦ ଆଜହାର ଭଳି ଆତଙ୍କବାଦୀଙ୍କୁ ଭାରତକୁ ଦେଇଦେବା ଦରକାର। ଏ ଦୁଇ ଆତଙ୍କବାଦୀ କେବଳ ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ ନାହାନ୍ତି, ବରଂ ସଂଯୁକ୍ତରାଷ୍ଟ୍ରର ଆତଙ୍କବାଦୀଙ୍କ ତାଲିକାରେ ବି ଅଛନ୍ତି। ପୂର୍ବରୁ ରାଜନାଥ ସିଂ କହିଥିଲେ ଯେ, ପାକିସ୍ତାନ ସରକାର ଜୈସ-ଏ-ମହମ୍ମଦ ନେତା ଏବଂ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମାସୂଦ ଅଜହରଙ୍କୁ ୧୪ କୋଟି ଟଙ୍କା ଦେବାକୁ ଯୋଜନା କରୁଛି। ଏହି ଅର୍ଥ ଦେଶର ଜନତାଙ୍କର କରଦାନର ଅଂଶରୁ ଆସିଥିଲା ବୋଲି ସିଂହ କହିଛନ୍ତି।ଏହି ଅପରେସନ ଦ୍ୱାରା ଭାରତ ଦେଖାଇଛି ଯେ ସେ ସ୍ୱୟଂନିର୍ଭର ଓ ଶକ୍ତିଶାଳୀ। ରାଜନାଥ ସିଂହ କହିଛନ୍ତି ଯେ, INS Vikrant ଭାରତୀୟ ନୌସେନାର ଅଭିନ୍ନ ଅଂଶ ଥିଲା ଏହି ଅଭିଯାନରେ।


Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *