ଚିନ୍ତା ବଢାଉଛି ମାମଲାର ଭିଡ

ନୂଆଦିଲ୍ଲୀ: କୋର୍ଟରେ ପଡିରହିଥିବା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଯଦି ଏହି ପରି ସମସ୍ତ ମାମଲା ସର୍ବୋଚ୍ଚ ଅଦାଲତକୁ ଆସେ ତେବେ ମାମଲାର ଫଇସଲା ପାଇଁ ଲାଗିଯିବ ୫୦୦ ବର୍ଷ। ଗୁରୁବାର ଦିନ ଜଷ୍ଟିସ ଜଞ୍ଜୟ କିଶନ କୌଲ କୋର୍ଟରେ ପଡିରହିଥିବା ମାମଲା ଉପରେ ଚିନ୍ତା ପ୍ରକଟ କରିବା ସହ ଏହି ମନ୍ତବ୍ୟ ଦେଇଛନ୍ତି। ଏଥିସହ ତ୍ୱରିତ ସମାଧାନକୁ ସୁନିଶ୍ଚିତ କରିବାକୁ ମଧ୍ୟ ମତ ଦେଇଛନ୍ତି।

କୋର୍ଟରେ ଦୀର୍ଘ ସମୟ ଧରି ପଡିରହିଥିବା ମାମଲାକୁ ନେଇ ସୁପ୍ରିମ କୋର୍ଟଙ୍କ ଚିନ୍ତା। ଏତେ ସଂଖ୍ୟାରେ ମାମଲା ଅଦାଲତରେ ପଡିରହିବା ଦ୍ୱାରା ଏହା ସମସ୍ୟା ସୃଷ୍ଟି କରୁଛି। ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ ଏହା ଉପରେ ଚିନ୍ତା ପ୍ରକଟ ପୂର୍ବକ ଏହିପରି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୌଲ କହିଛନ୍ତି ଯଦି ଏହିପରି ସବୁ କେଶ ସୁପ୍ରିମକୋର୍ଟକୁ ଆସେ ତେବେ ୨୦୦ କି ୫୦୦ ବର୍ଷ ଲାଗିଯିବ ସମାଧାନ ପାଇଁ। ଏଥିସହ ସେ ଲୋକଙ୍କ ମକଦମା ମାନିଆକୁ ନେଇ ସଚେତନତା ସୃଷ୍ଟି କରିବା ଉପରେ ଦେଇଛନ୍ତି ଜୋର। ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ବଦଳରେ ଲୋକଅଦାଲତ ଓ ମଧ୍ୟସ୍ଥତା ଉପରେ ଗୁରୁତ୍ୱ ଦିଆଗଲେ ସୁଫଳ ମିଳିବ ବୋଲି ଜଷ୍ଟିସ କୌଲ କହିଛନ୍ତି। ମେ ମାସରେ ବିଭିନ୍ନ କୋର୍ଟରେ ପଡିଥିବା ମାମଲାର  ବିସ୍ତୃତ ରିପୋର୍ଟ ସବୁ ରାଜ୍ୟର ହାଇକୋର୍ଟଙ୍କୁ ମାଗିଥିଲେ ସୁପ୍ରିମ କୋର୍ଟ। ରିପୋର୍ଟରୁ ଜଣାପଡିଛି କି, ଦେଶର ବିଭିନ୍ନ କୋର୍ଟରେ ୪୭୦କୋଟିରୁ ଅଧିକ ମାମଲା ପଡିରହିଛି। ତେବେ ଚଳିତ ବର୍ଷ ଦୁଇ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ୭୦ ହଜାର ୧୫୪ ମାମଲା ପଡିରହିଥିଲା। ଆଇନ ମନ୍ତ୍ରୀ କିରଣ ରିଜିଜୁ  ଲିଖିତ ବିବରଣୀରେ କହିଥିଲେ କି, ୨୫ ହାଇକୋର୍ଟରେ ମାର୍ଚ୍ଚ ତାରିଖ ମଧ୍ୟରେ ୫୮ଲକ୍ଷ ୯୪ହଜାର ୬୦ ମାମଲା ରହିଥିଲା। ତେବେ ଏହି ରିପୋର୍ଟରେ ଅରୁଣାଚଳପ୍ରଦେଶ, ଲକ୍ଷଦ୍ୱୀପ ଓ ଆଣ୍ଡାମାନ ନିକୋବରକୁ ସାମିଲ କରାଯାଇନଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *