ଧାରା ୩୭୦ ଉଚ୍ଛେଦକୁ ପୂରିଲା ୩ ବର୍ଷ

Spread the love

ଜାମ୍ମୁ-କାଶ୍ମୀରୀରୁ ଧାରା ୩୭୦ ଉଚ୍ଛେଦକୁ ଆଜି ୩ ବର୍ଷ ପୂରିଛି। ଧାରା ଉଚ୍ଛେଦ କରିବା ସହିତ କେନ୍ଦ୍ର ସରକାର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ୩୭୦ ଧାରା ହଟିବା ପରେ ଆତଙ୍କବାଦୀ ଆକ୍ରମଣରେ ହ୍ରାସ ଘଟିଛି। ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିରେ କୌଣସି ସାଧାରଣ ନାଗରିକ ବା ଯବାନମାନଙ୍କର ମୃତ୍ୟୁ ହୋଇନାହିଁ। ଆତଙ୍କବାଦୀ ଆକ୍ରଣରେ ମଧ୍ୟ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି।

ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ଏବଂ ଏହା ପରେ ୩ ବର୍ଷର ତଥ୍ୟକୁ ଆଧାର କରି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ଯେ, କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ ହ୍ରାସ ପାଇଛି। ପୋଲିସ ଏହି ଘଟଣାକୁ ୬ଟି ଭାଗରେ ବିଭକ୍ତ କରିଛି।

ଏଥିରେ ଆଇନ ଏବଂ ଶୃଙ୍ଖଳା ଅନୁଯାୟୀ, ଯେଉଁଠାରେ ୫ ଅଗଷ୍ଟ ୨୦୧୬ ରୁ ନେଇ ୪ ଅଗଷ୍ଟ ୨୦୧୯ ମଧ୍ୟରେ ଘଟିଥିବା ଘଟଣା ୩୬୮୬ ଟି ପଞ୍ଜିକୃତ ରହିଛି। ସେହିପରି ୫ ଅଗଷ୍ଟ ୨୦୧୯ ରୁ ୪ ଅଗଷ୍ଟ ୨୦୨୨ ମଧ୍ୟରେ ମାତ୍ର ୪୮୩ଟି ଘଟଣା ପଞ୍ଜିକୃତ ହୋଇଛି। ଏହା ବ୍ୟତୀତ ଧାରା ୩୭୦ ରଦ୍ଦ ହେବାର ତିନି ବର୍ଷ ପୂର୍ବରୁ ୧୨୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ସ୍ୱତନ୍ତ୍ର ସ୍ଥିତି ହଟାଯିବା ପରେ କୌଣସି ନାଗରିକଙ୍କର ବା ଯବାନଙ୍କର ମୃତ୍ୟୁ ହୋଇନାହିଁ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *