ପଲଟିଲେ ଟ୍ରମ୍ପ୍। ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ଲାଗି ସେ ମଧ୍ୟସ୍ଥତା କରିନାହାନ୍ତି। ବରଂ ଭାରତ- ପାକିସ୍ତାନ ଭିତରେ ଚାଲିଥିବା ସମସ୍ୟାକୁ ତୁଟାଇବାରେ ସହଯୋଗ କରିଥିଲି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯୁଦ୍ଧ ନିୟନ୍ତ୍ରଣ ବାହାରକୁ ଯାଉଥିଲା।ଭାରତ-ପାକିସ୍ତାନ ଯୁଦ୍ଧ ବିରତି ନେଇ ଭାରତ ଘୋଷଣା କରିବା ଆଗରୁ ଟ୍ରମ୍ପ ଟ୍ୱିଟ୍ କରିଥିଲେ। ଟ୍ରମ୍ପ କହିଥିଲେ ଯେ, ଯଦି ଭାରତ ଓ ପାକିସ୍ତାନ ତାଙ୍କ କଥାରେ ରାଜି ନ ହୋଇ ଯୁଦ୍ଧ ବନ୍ଦ କରିନଥାଆନ୍ତେ, ତାହେଲେ ସେ ଉଭୟ ରାଷ୍ଟ୍ର ସହ ବାଣିଜ୍ୟ କାରବାର ବନ୍ଦ କରିଦେଇଥାଆନ୍ତେ। ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ। ମୋଦି ବି ଦେଶବାସୀଙ୍କୁ ସମ୍ୱୋଧନ ବେଳେ ଟେରର୍ ଓ ଟ୍ରେଡ୍ ଏକାସାଙ୍ଗରେ ହୋଇପାରିବନି ବୋଲି କହିଥିଲେ। ତା ସତ୍ତ୍ୱେ ଏ ବିବାଦ ଥମିନଥିଲା। ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ଏହା ଉପରେ ଆଲୋଚନା ଲାଗି ଦାବି କରିଥିଲେ ବିରୋଧୀ। ବିଦେଶ ମନ୍ତ୍ରୀ ବି କହିଥିଲେ, ଯୁଦ୍ଧ ବିରତି ଲାଗି କୌଣସି ତୃତୀୟପକ୍ଷର ହସ୍ତକ୍ଷେପ ଲୋଡ଼ା ନାହିଁ। ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଙ୍କୁ ଫୋନ୍ କରି ଅନୁରୋଧ କରିବା ପରେ ଉଭୟ ରାଷ୍ଟ୍ର ଯୁଦ୍ଧ ବିରତି ଲାଗି ସହମତି ପ୍ରକାଶ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now