ଟ୍ରମ୍ପ-ମୁନିର ମଧ୍ୟାହ୍ନଭୋଜନ: ଟେବୁଲରେ କେଉଁ ଡିଲ୍ ହେବ?

ପାକିସ୍ତାନ ସେନା ପ୍ରମୁଖ ଜେନେରାଲ ଅସୀମ ମୁନିରଙ୍କ ସହ ଟ୍ରମ୍ପ ଆଜି ମଧ୍ୟାହ୍ନ ଭୋଜନ କରିବେ। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ମଧ୍ୟାହ୍ନ ଭୋଜନ କରିବେ। ଏହାକୁ ନେଇ ଭାରତ ଅଧିକ ଚିନ୍ତିତ ହୋଇପଡ଼ିଛି। କାରଣ ଟ୍ରମ୍ପ ଓ ମୁନିରଙ୍କ ଭିତରେ ବୈଠକ ହ୍ୱାଇଟ୍ ହାଉସର ବନ୍ଦ କୋଠରୀ ଭିତରେ ହେବ। ସେପଟେ ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାଓ୍ୱାଲ ଭୁଟ୍ଟୋ ଜରଦାରି ଭାରତକୁ ଯୁଦ୍ଧର ଧମକ ଦେଲେଣି। ପାକିସ୍ତାନ ସହ ଆମେରିକାର ବଢ଼ୁଥିବା ସମ୍ପର୍କ ଭାରତର ରଣନୀତି ହିତ ବିରୁଦ୍ଧରେ ଯାଇପାରେ। ହ୍ୱାଇଟ୍ ହାଉସ ଘୋଷଣା କରିଛି ଯେ, ଟ୍ରମ୍ପ ଓ ମୁନିରଙ୍କ ଭିତରେ ମଧ୍ୟାହ୍ନ ଭୋଜନ କ୍ୟାବିନେଟ୍ ରୁମ୍ ଭିତରେ ହେବ। ତେବେ କୌଣସି ରାଷ୍ଟ୍ରର ସେନା ମୁଖ୍ୟଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ମଧ୍ୟାହ୍ନ ଭୋଜନ ବେଶ୍ ଅସ୍ୱାଭାବିକ ଲାଗୁଛି। ପୂର୍ବରୁ ବି ପାକିସ୍ତାନୀ ସୈନ୍ୟ ନେତା ଯେମିତିକି ଆୟୁବ ଖାନ୍, ଜିୟା-ଉଲ-ହକ୍ ଓ ପରଭେଜ ମୁସାରଫ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଥିଲେ। କିନ୍ତୁ ସେତେବେଳେ ସେମାନେ ସେନାରୁ ପାକିସ୍ତାନର ଶାସକ ହୋଇସାରିଥିଲେ। ସେପଟେ ବିଶେଷଜ୍ଞଙ୍କ ଅନୁମାନ, ଏ ବୈଠକ ଇରାନ ବିରୁଦ୍ଧରେ ଆମେରିକା ଓ ଇସ୍ରାଏଲର ମିଳିତ ରଣନୀତିର ଅଂଶବିଶେଷ ଅଟେ। ଟ୍ରମ୍ପ ଇରାନ ନେତା ଅଲି ଖାମନେଇଙ୍କୁ ଧମକ ଦେଇଥିଲେ ଓ ଇରାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାକୁ କହିିଥିଲେ। ଆମେରିକା ଚାହୁଁଛି, ଇସଲାମିକ ରାଷ୍ଟ୍ର ଭିତରେ ପାକିସ୍ତାନ ଯେହେତୁ ବିଶ୍ୱର ଏକମାତ୍ର ପରମାଣୁ ଶକ୍ତି ଉତ୍ପନ୍ନ ଦେଶ ଅଟେ। ସେଥିଲାଗି ଇରାନକୁ ପାକିସ୍ତାନ ସମର୍ଥନ ନ କରୁ। ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତିରୁ ଆମେରିକା ମଉକା ମାରିବାକୁ ଚାହୁଁଛି। ମୁନିର ଏଭଳି ସମୟରେ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ ପଛରେ ପାକିସ୍ତାନ ବି ଚିନ୍ତାରେ ରହିଛି। ପାକିସ୍ତାନ ଆମେରିକା ସହ ରହିବ ନଚେତ ତଟସ୍ଥ ଅର୍ଥାତ୍ ନ୍ୟୁଟ୍ରାଲ ରହିବାକୁ ଟ୍ରମ୍ପ ଚାପ ପକାଇପାରନ୍ତି। ଉଭୟଙ୍କ ଭିତରେ ଭେଟଘାଟ ଆଗରୁ ଭୁଟ୍ଟୋ ଭାରତକୁ ଆପୋଷ କଥାବାର୍ତ୍ତା ଟେବୁଲକୁ ଆସିିବାକୁ ଆହ୍ୱାନ କରିଛନ୍ତି। ଏହା ସହ ଧମକ ବି ଦେଇଛନ୍ତି ଯେ, ଯଦି ପାଣି ରୋକାଯିବ, ପାକିସ୍ତାନ ଏହାକୁ ନିଜର ଅସ୍ତିତ୍ୱର ସଂକଟ ବୋଲି ବିବେଚନା କରିବ। ଆଉ ଏହାକୁ ମୁକାବିଲା ଲାଗି ଯୁଦ୍ଧକୁ ଓହ୍ଲାଇବାକୁ ବାଧ୍ୟ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *