ଖୋଜୁଛି ଆମେରିକା..କୋମାରେ ଖାମନେଇ!

କେମିତି ଅଛନ୍ତି ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ। ମାର୍ଚ୍ଚ ୮ରେ ଇରାନର ନୂଆ ସୁପ୍ରିମଲିଡର ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ବାବଦରେ ଯିଏ ସୂଚନା ଦେବ, ସେ ପାଇବ ୯୩ କୋଟି ଟଙ୍କାର ପୁରଷ୍କାର। ୟୁଏସର ଟାର୍ଗେଟରେ ଥିବା ଇରାନର ଟପ୍ ୧୦ ଅଧିକାରୀଙ୍କୁ ନେଇ ଆମେରିକା ଏଭଳି ବଡ଼ ଘୋଷଣା କରିଛି। ଇରାନର ନୂଆ ସୁପ୍ରିମ ଲିଡର ଖାମନେଇଙ୍କ ସମେତ ଆଇଆରଜିଏସର ୧୦ ଅଧିକାରୀଙ୍କ ବାବଦରେ ସୂଚନାଦାତାଙ୍କୁ ୧୦ ମିଲିୟନ ଡଲାରର ପୁରଷ୍କାର ଘୋଷଣା କରିଛି ଆମେରିକା। ଆକ୍ରମଣରେ ଅଲ୍ଲି ଖାମେନେଇଙ୍କ ନିଧନ ପରେ ଆୟତୁଲ୍ଲାହ ମୋଜତବା ଇରାନର ନୂଆ ସୁପ୍ରିମ ଲିଡର ହୋଇଛନ୍ତି। ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ପିତା ଅୟାତୁଲ୍ଲାହ ଅଲ୍ଲି ଖାମନେଇ ଓ ଇରାନର ବଡ଼ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ମୋଜତବା ଆହତ ହୋଇଥିଲେ। ସେବେଠୁ ସେ କାହାରି ସାମ୍ନାକୁ ଆସିନଥିଲେ। ଗୁରୁବାର ନିଜର ପ୍ରଥମ ବୟାନ ଜାରି କରିଥିଲେ ଖାମନେଇ। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ ଦାବି କରିଛନ୍ତି, ଆକ୍ରମଣରେ ମୋଜତବା ଗୁରୁତର ଆହତ ହୋଇଛନ୍ତି। ବୋଧହୁଏ ତାଙ୍କ ଚେହେରା ବି ବିଗାଡ଼ିସାରିଛି। ଇରାନର ଟପ୍ ଲିଡର ଭୟଭୀତ ହୋଇ ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ଲୁଚିଯାଇଛନ୍ତି। କିନ୍ତୁ ଶୁକ୍ରବାର ତେହେରାନରେ ଏକ ରାଲିର ଭିଡ଼ିଓ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଠି ଅଲି ଲାରିଜାନି ରାଷ୍ଟ୍ରପତି ମାସୁଦ୍ ପେସେସ୍କିୟାନ ଓ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ସହ ନଜରକୁ ଆସିଥିଲେ। ସୁପ୍ରିମ ଲିଡରଙ୍କ ସମେତ ଇରାନର ସୁରକ୍ଷା ପ୍ରମୁଖ ଅଲି ଲାରିଜାନି, ଗୁଇନ୍ଦା ମନ୍ତ୍ରୀ ଇସମାଇଲ୍ ଖାତିବ୍, ଗୃହ ମନ୍ତ୍ରୀ ଇସକନ୍ଦର ମୋମେନି ଓ ଖାମନୋଇଙ୍କ ଦପ୍ତରର ଦୁଇ ଟପ୍ ଅଧିକାରୀଙ୍କ ବାବଦରେ ସୂଚନା ଚାହୁଁଛି ଆମେରିକା। ଆଇଆରଜିଏସକୁ ବିଦେଶୀ ଆତଙ୍କି ସଂଗଠନ ବୋଲି ଘୋଷଣା କରିସାରିଛି ଆମେରିକା। ଆମେରିକା ଆରୋପ ଲଦିଛି ଯେ, ଏହି ସଂଗଠନ ଆମେରିକୀୟ ନାଗରିକଙ୍କ ମୃତ୍ୟୁର କାରଣ ସାଜିଛି। ଓ୍ୱାସିଂଟନ୍ ଆରୋପ ଲଦିଛି ଯେ, ୨୦୨୦ରେ ଇରାନୀ କମାଣ୍ଡର କାସିମ ସୁଲେମାନର ହତ୍ୟାର ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଅନ୍ୟ ଅଧିକାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲା ଇରାନ୍। ଖାମନେଇଙ୍କୁ ଆମେରିକା ଖୋଜୁଥିଲା ବେଳେ ବ୍ରିଟେନର ଏକ ଖବରକାଗଜ ଦାବି କରିଛି, କୋମାରେ ଅଛନ୍ତି ୫୬ ବର୍ଷୀୟ ଖାମନେଇ। ଗୁରୁବାର ତାଙ୍କର ଯେଉଁ ପ୍ରଥମ ଭାଷଣ ସାମ୍ନାକୁ ଆସିଥିଲା, ସେଠାରେ ନିଜେ ଖାମନେଇ ଉପସ୍ଥିତ ନଥିଲେ। ତାଙ୍କର ଏକ କାର୍ଡବୋର୍ଡ କଟଆଉଟ୍ ସେଠାରେ ରଖାଯାଇ ତାଙ୍କର ଭାଷଣ ଚଲାଯାଇଥିଲା। ଇସ୍ରାଏଲ-ଆମେରିକା ଆକ୍ରମଣରେ ସେ ତାଙ୍କର ଏକ ଗୋଡ଼ ବି ହରାଇ ଦେଇଛନ୍ତି। ତାଙ୍କ ପେଟ ଓ ଯକୃତରେ ଗମ୍ଭୀର କ୍ଷତ ଲାଗିଛି। ଯେଉଁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାକୁ ପୁରା ସିଲ୍ କରିଦିଆଯାଇଛି। ବଡ଼ ମାତ୍ରାରେ ସୁରକ୍ଷା ବଳ ମୁତୟନ କରାଯାଇଛି। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *