ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ଗଣନା

Spread the love

ଆରମ୍ଭ ହେଲା ଝାରସୁଗୁଡା ମତଗଣନାରେ

ଭୁବନେଶ୍ୱର ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି । ଝାରସୁଗୁଡା ସ୍ଥିତ ଇଞ୍ଜିନିୟରିଙ୍ଗ କଲେଜରେ ହୋଇଛି ମତଗଣନା କେନ୍ଦ୍ର  । ମତଗଣନା ସକାଳ ୮ଟାରୁ ଆରମ୍ଭ ହୋଇଥିବାବେଳେ ପ୍ରଥମେ ପୋଷ୍ଟାଲ ବା ଆରମ୍ଭଲାଟ ଗଣନା ଆରମ୍ଭ ହୋଇଛି । ସେହିପରି ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

 ମିଳିଥିବା ସୂଚନା ଅନୁସାରେ ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୧୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ ।

ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିଥିବାବେଳେ ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିଛନ୍ତି । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ଗ୍ରାଉଣ୍ଡବାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି ।

ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୁଲିସ ଓ ଓଡ଼ିଶା ପୁଲିସ ନିୟୋଜିତ ହୋଇଛନ୍ତି । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।

Leave a Reply

Your email address will not be published. Required fields are marked *