ମହଙ୍ଗା ହେଲା ସୁନା

Spread the love

ସୁନା ପ୍ରେମୀଙ୍କ  ମୁଣ୍ଡରେ ଚଡକ । ମହଙ୍ଗା ହେଲା ସୁନା ଦର । କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ଓ କୃଷି ସେସ୍ ଲାଗୁ କରିବା ପରେ ଅଚାନକ ଭାବରେ ସୁନା ଦର ବୃଦ୍ଧି ପାଇଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ପିଛା ଏକା ଥରେ ୧୧୫୦ ଟଙ୍କା ବଢିବ । ସୋମବାର ଠାରୁ ବଜାରରେ ବର୍ଦ୍ଧିତ ଦର  ମୋଟ୍ ଉପରେ ଅଢେଇ ହଜାରରୁ ଅଧିକ ହେବାର ସମ୍ଭାବନା ରହିଛି । ନିକଟରେ ଜିଏସ୍‌ଟି କାଉନସିଲ୍ କରିଥିବା ସୁପାରିଶ ଅନୁଯାୟୀ ହୋଟେଲ  ଭଡା ବିଜୁଳି ଚାଳିତ ପାଣି ପମ୍ପ, କାଳି, ବ୍ରିଜ୍ , ରେଳପଥ ନିର୍ମାଣ କାର୍ଯ୍ୟ ଉପରେ ଜିଏସ୍‌ଟି ବିଢିବାର ଆଶଙ୍କା ରହିଛି । ଯାହା ଖାଉଟି ଓ ବ୍ୟବସାୟୀ ଉଭୟଙ୍କୁ ପ୍ରଭାବିତ କରିବ । କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କୃଷି ସେସ୍ ଲାଗୁ କରିବା ପରେ ହଠାତ୍ ଉପର ମୁହାଁ ହୋଇଛି ସୁନା ଦର । ସୁଧାର ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ୭.୫ ପ୍ରତିଶତରୁ ୧୨.୫ ପ୍ରତିଶତ ବଢାଇଥିଲେ। ସୁନା ସହ କୃଷି ଭିତ୍ତିଭୂମି ସେସ୍ ୨.୫ ପ୍ରତିଶତ ବୃଦ୍ଧି ହୋଇଛି । ଗହଣା ବ୍ୟବାସୀୟଙ୍କ ସୁନା ଅନୁସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ( MCX) ରେ ୧୦ ଗ୍ରାମ ପିଛା ସୁନା ଦାମ ୧ ହଜରା ଟଙ୍କା ମହଙ୍ଗା ହୋଇ ୫୧ ହଜାର ୫୭୦ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦାମ ୪୬ ହଜାର ୫୫୦ ଟଙ୍କା ରୁ ବଢି ୪୭ ହଜାର ୭ ଶହ ଟଙ୍କା ହୋଇଛି । ଆମଦାନୀ ଶୁଳ୍କ ୫ ପ୍ରତିଶତ ବଢିଥିବାରୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୨୫ ଶହ ଟଙ୍କା ବଢିବ ବୋଲି ଅନୁମାନ କରାଯାଉଛି। ତେବେ ସୋମବାର କମଡିଟି ଏକ୍ସଚେଞ୍ଜ ଖୋଲିବା ପରେ ବାସ୍ତବ ଦର ଜଣାପଡିବ । ନିକଟରେ ଶେଷ ହୋଇଥିବା  ୪୭ ତମ ଜିଏସ୍‌ଟି କାଉନସିଲ୍ ବୈଠକରେ ବହୁ ସାମଗ୍ରୀରେ ଜିଏସ୍‌ଟି ହାର ବଢାଇବାକୁ ସୁପାରିସ କରିଛି କାଉନସିଲ୍ । ବିବିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବିଜୁଳି ଚାଳିତ ପମ୍ପ, ଛୁରୀ ଉପରେ ଜିଏସ୍‌ଟି ପରିମାଣ ୧୨ ପ୍ରତିଶତ ରୁ ୧୮ ପ୍ରତିଶତ ବଢାଇବାକୁ  ସୁପାରିଶ ହୋଇଛି । ଅଟା ଚକି, ଗ୍ରାଇଣ୍ଡର ଉପରେ ଜିଏସ୍‌ଟିକୁ ୫ ରୁ ସିଧା ୧୩ ପ୍ରତିଶତ ବଢାଇ ୧୮ ପ୍ରତିଶତ କରିବା ଲାଗି ସୁପାରିଶ କରାଯାଇଛି । ଏପରିକି ସଡକ, ବ୍ରିଜ୍, ରେଳପଥ ନିର୍ମାଣ ଉପରେ ଜିଏସ୍‌ଟି ୧୨ ରୁ ୧୮ ପ୍ରତିଶତ କରିବା ପାଇଁ ନିଷ୍ପତ୍ତି ନେଇଚି କାଉନସିଲ୍ । ସେହିଭଳି ପୂର୍ବରୁ ଦୈନିକ ୧ ହଜାର ଟଙ୍କା ଭଡା ଥିବା ହୋଟେଲ ରୁମ୍ ଶୂନ ପ୍ରତିଶତ ଜିଏସ୍‌ଟି ସ୍ଲାବରେ ରଖାଯାଇଥିବା ବେଳେ ଏଗୁଡିକରେ ବର୍ତ୍ତମାନ ୧୨ ପ୍ରତିଶତ ଟିକସ ଲାଗିବ । ସେହିପରି ହସପିଟାଲ ରୁମ୍ ଚାର୍ଜ ୫ ହଜାର ଟଙ୍କା ରୁ ଅଧିକ ହୋଇଥିଲେ ସେଥିରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ । କଥା ହେଉଚି ଜିଏସ୍‌ଟି ବୃଦ୍ଧି ହେବା ସହତି ଖାଉଟିଙ୍କ କ୍ରୟ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ବ ଦେବା ଦରକାର । ଜୁନା ମାସରେ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଟପିଛି । ଏହି ମାସରେ ଓଡିଶାରୁ ୩ ହଜାର ୯୬୫ କୋଟି ଆଦାୟ ହୋଇଛି, ଯାହାକି ଗତ ବର୍ଷ ଜୁନରେ ୩ ହଜାର କୋଟି ଟଙ୍କା ତୁଳନାରେ ୩୨ ପ୍ରତିଶତ ଅଧିକ ରହିଛି ।

ସ୍ମରଜିତ୍ ଆର୍ୟ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *