ବଜେଟରେ ଓଡିଶାକୁ ଅବହେଳା ନେଇ ସରଗରମ ରାଜ୍ୟ ରାଜନୀତି

 ବଜେଟରେ ଓଡିଶାକୁ ଅବହେଳା ନେଇ ସରଗରମ ରାଜ୍ୟ ରାଜନୀତି। କେନ୍ଦ୍ର ଉପରେ ବର୍ଷିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ପୂର୍ବୋଦୟର ପ୍ରତୀକ ହେବ ବୋଲି ମୋଦି କହିଥିଲେ। କିନ୍ତୁ ପ୍ରକୃତରେ ଓଡିଶାକୁ ଉଦୟ କରୁଛନ୍ତି ନା ଅସ୍ତ କରୁଛନ୍ତି। ଏହି ବଜେଟରେ ଓଡିଶା ଅବହେଳିତ ହୋଇଛି। ରାଜନୈତିକ ସ୍ୱାର୍ଥକୁ ଆଖି ଆଗରେ ରଖି ବଜେଟରେ ବ୍ୟବସ୍ଥା କରାଯଇଛି। ବିହାର ରେ ନିର୍ବାଚନ ଅଛି ସେଥିପାଇଁ ବିହାର ଜ୍ୱାଇଁ ପୁଅ ହୋଇଗଲା। କିନ୍ତୁ ଓଡିଶା ପ୍ରତି ଏ ବୈମାତୃକ ମନୋଭାବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।  ଓଡ଼ିଶାରେ ଖାଲି ବଡ ବଡ଼ କନକ୍ଳେଭ କରି କୋଟି କୋଟି ଖର୍ଚ୍ଚ ହେଉଛି। କିନ୍ତୁ ଓଡିଶାକୁ ଏହି ବଜେଟରେ ମିଳିଲା କଣ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।  ସେହିପରି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, ଚଳିତ ଥର ବିହାର ବଜେଟ୍ ।

ସେପଟେ କଂଗ୍ରେସ କହିଛି କେନ୍ଦ୍ରୀୟ ବଜେଟ ଓଡିଶାକୁ ନିରାଶ କଲା ଡବଲ ଇଞ୍ଜିନ ସରକାର। ଦୀର୍ଘଦିନ ଧରି ଦାବି ହେଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲାନି । ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ମିଳିଲାନି।  ନିର୍ବାଚନ ଥିବାରୁ ବିହାର କୁ ସ୍ୱତନ୍ତ୍ର ପ୍ୟାକେଜ ମିଳିଛି । ଦିଲ୍ଲୀ ବ୍ୟବସାୟୀଙ୍କୁ ଖୁସି କରିବାକୁ ସ୍ୱତନ୍ତ୍ର ବଜେଟରେ ବ୍ୟବସ୍ଥା କରାଯାଇଛି।  କିନ୍ତୁ ଓଡ଼ିଶା କୁ କିଛି ବି ମିଳିଲାଣି ।

ସେପଟେ ଜବାବରେ ବିଜେପି କହିଛି, କେନ୍ଦ୍ରୀୟ ବଜେଟରେ ସବୁ ଦିଗରୁ ଲାଭବାନ ହେବ ଓଡିଶା।  ମହିଳା, ଯୁବକ, କୃଷକ , ଶ୍ରମିକ ମାନଙ୍କ ପାଇଁ ଏହି ବଜେଟ ଅନେକ ଫାଇଦା ମିଳିବ। ଓଡିଶା ରେ ଡାଲି ଓ କପା ଚାଷୀ ଅଧିକ ଏଣୁ ଏହି କ୍ଷେତ୍ରରେ ସରକାର ଯେଉଁ ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି ତାହା ମଧ୍ୟ ଓଡିଶା ଚାଷୀ ଅଧିକ ଲାଭ ନେଇପାରିବେ। ବଜେଟ ପାଇଁ ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇଛି ।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଶା କୁ ବେଶୀ ଅନୁଦାନ ମିଳିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏ ବଜେଟ୍ ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ହତାଶ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *