ନୂଆଦିଲ୍ଲୀ: ଆପଣ ଜାଣିଥିବେ ଭାରତୀୟ ରିର୍ଜଭ ବ୍ୟାଙ୍କ ପ୍ରତିମାସ ଆରମ୍ଭରୁ ବ୍ୟାଙ୍କ ଗୁଡିକର ଛୁଟି ତାଲିକା ପ୍ରସ୍ତୁତ କରିଥାଏ । ଏପ୍ରିଲ ମାସରେ ଦେଶରେ ଅନେକ ଗୁଡିଏ ପର୍ବ ପର୍ବାଣୀ ଥିବାରୁ ଏହି ମାସର ଅଧା ଦିନ ରହିବ ବ୍ୟାଙ୍କ ବନ୍ଦ । ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି କାମ ଅଛି ତେବେ କରିନିଅନ୍ତୁ ସଂପୂର୍ଣ୍ଣ । ଏପ୍ରିଲ ମାସରେ ଘରୋଇ ଓ ଜାତୀୟ ବ୍ୟାଙ୍କଗୁଡିକ ରହିବ 15 ଦିନ ବନ୍ଦ । ତେବେ ଆସନ୍ତୁ ଜାଣିବା କେଉଁଦିନ କେଉଁ କାରଣ ପାଇଁ ରହିବ ବ୍ୟାଙ୍କ ବନ୍ଦ ।
ଏପ୍ରିଲ ଆରମ୍ଭରୁ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ ବ୍ୟାଙ୍କ ରହିବ ଖୋଲା କିନ୍ତୁ କୌଣସି କାର୍ଯ୍ୟ ହେଇପାରିବ ନାହିଁ । ତେବେ 2 ତାରିଖରେ ରବିବାର ପାଇଁ ଛୁଟି ରହିବ । ପୁଣି 4 ତାରିଖରେ ମହାବୀର ଜୟନ୍ତୀ ହୋଇଥିବାରୁ ଦେଶରେ ସବୁ ବ୍ୟାଙ୍କ ରହିବ ବନ୍ଦ । ସେହିପରି 5 ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ରହିବ ବନ୍ଦ । ଏପ୍ରିଲ୍ 7ରେ ଗୁଡ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ ହୋଇଥିବାବେଳେ ଏପ୍ରିଲ୍ 8ରେ ସେକେଣ୍ଡ ଶନିବାର ପାଇଁ ବ୍ୟାଙ୍କ ରହିବ ବନ୍ଦ ।
ଅନ୍ୟପଟେ ଏପ୍ରିଲ୍ 14ରେ ବାବା ସାହେବ ଆମ୍ବେଦକରଙ୍କ ର ଜୟନ୍ତୀ, 15 ତାରିଖରେ ବଙ୍ଗାଳୀ ନବବର୍ଷ – ବୋହାଗ ବିହୁ ଓ ହିମାଚଳ ଦିବସ, 16 ରେ ରବିବାର, 18ରେ ସବ-ଏ-କଦ୍ର, 21ରେ ଇଦ-ଉଲ-ଫିତର ପାଇଁ ବ୍ୟାଙ୍କ ବନ୍ଦ ଥିବାବେଳେ । 22ରେ ରମଜାନ-ଇଦ ପାଇଁ ବ୍ୟାଙ୍କ ବନ୍ଦ । ସେହିପରି 23 ଓ 30 ରବିବାର ।
Naxatra News is now on Whatsapp
Join and get latest news update delivered to you via whatsapp
Join Now