ମେ’ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ୧୬୭୫.୭୭ କୋଟି ସଂଗ୍ରହ,  ୩୦.୨୮ ପ୍ରତିଶତ ଅଭିବୃଦ୍ଧି

Spread the love

ଭୁବନେଶ୍ୱର : ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ’ ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି । ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା ।

ପୁନଶ୍ଚ, ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ୨୦୨୩ ମସିହା ମେ’ ମାସରେ ମିଳିଥିବା ଅର୍ଥରାଶିରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏ କ୍ଷେତ୍ରରେ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୨୮୬.୨୯ କୋଟି ଟଙ୍କା ।

୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ପରିମାଣ ୪୦୩୪.୯୪ କୋଟି ଟଙ୍କା ହୋଇଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ଥିଲା ୨୯୬୬.୨୯ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୬.୦୩ ପ୍ରତିଶତ ।

ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ବିଭାଗ ଆଦାୟ କରୁଥିବା ସମସ୍ତ ଟିକସ ଯଥା: ଜିଏସ୍‌ଟି, ଭାଟ, ପ୍ରବେଶ ଶୁଷ୍ଠ, ବୃତିଗତ କର ଅଧୀନରେ ଚଳିତ ବର୍ଷ ମେ’ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୧୧.୭୮ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୭.୨୭ ପ୍ରତିଶତ ।

ଚଳିତ ବର୍ଷ ମେ’ ମାସରେ ୨୦.୪୦ ଲକ୍ଷ ଇେ-ୱବିଲ୍ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ମେ’ ମାସରେ ୧୭.୨୬ ଲକ୍ଷ ସଂଖ୍ୟକ ଇେ-ୱବିଲ୍ ନିର୍ଗମନ କରାଯାଇଥିଲା । ଏ କ୍ଷେତ୍ରରେ ୧୮.୧୯ ପ୍ରତିଶତ ହୋଇଛି ।

Leave a Reply

Your email address will not be published. Required fields are marked *