ଏସବିଆଇର ୮୯୦ ଟି ଶାଖାରେ ବଦଳାଯାଇ ପାରିବ ୨ ହଜାର ଟଙ୍କିଆ ନୋଟ

Spread the love

ଭୁବନେଶ୍ୱର : ଆଜି ଠାରୁ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୋଟ ୮୯୦ଟି ଶାଖାରେ ଶାଖାରେ ନୋଟ୍ ବଦଳର ବ୍ୟବସ୍ଥା ହୋଇଛି । ଏସବିଆଇର ଭୁବନେଶ୍ୱର ମଣ୍ଡଳ ସିଜିଏମ୍ ଚନ୍ଦ୍ରଶେଖର ଶର୍ମା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ନୋଟ୍ ବଦଳାଇବା ପାଇଁ ଆମ ପାଖରେ ୧୨ ହଜାର କୋଟି ରହିଛି । ସେ କହିଛନ୍ତି ଯେ ଅଧିକ ଦରକାର ପଡ଼ିଲେ ଘଣ୍ଟାକ ଭିତରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦେବାକୁ କହିଛି । ଥରକେ ୨୦ ହଜାର ବଦଳା ଯାଇପାରିବ । ଫାଙ୍କା ଥିଲେ ଦିନକୁ ଏକାଧିକ ଥର ବଦଳାଇ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନୋଟ୍ ବଦଳ ପାଇଁ କୌଣସି ଆଇଡି ପ୍ରମାଣ ଦେବାକୁ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *