୬ ଲେନ୍‌ ରିଂ- ରୋଡକୁ କ୍ୟାବିନେଟ ମୋହର

୬ ଲେନ୍ ବିଶିଷ୍ଟ କ୍ୟାପିଟାଲ ରିଜିଅନ ରିଂ-ରୋଡକୁ ବାଜିଲା କ୍ୟାବିନେଟ୍ ମୋହର। ୧୧୦ କିଲୋମିଟର ଦୀର୍ଘ ଏହି ରିଂ ରୋଡ ଲାଗି ଖର୍ଚ୍ଚ ହେବ ୮୩୦୮ କୋଟି ଟଙ୍କା। ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଭିତରେ ଟ୍ରାଫିକ୍ ଭିଡ଼ରୁ ବର୍ତ୍ତିବାକୁ ଏହି ରିଂ ରୋଡ୍ ପରିକଳ୍ପନା କରାଯାଇଛି। ଏହି ବାଇପାସ୍ ରାସ୍ତା ହେଲେ ତିନୋଟି ଜାତୀୟ ରାଜପଥକୁ ଏହା ସଂଯୋଗୀକରଣ କରିବ। ଏନଏଚ-୫୫, ଏନଏଚ-୫୭ ଓ ଏନଏଚ- ୬୫୫ ସହ ଗୋଟିଏ ରାଜ୍ୟ ରାଜପଥ ଏସଏଚ- ୬୫କୁ ଯୋଡ଼ିବା ସହଜ ହେବ। ଏହା ଫଳରେ ଅର୍ଥନୈତିକ, ସାମାଜିକ ଓ ଲଜିଷ୍ଟିକ୍ ସପୋର୍ଟ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱର ବାଇପାସ୍ ଲାଗି କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାର ଅଂଶବିଶେଷ ବୋଲି କହିଛନ୍ତି ଅଶ୍ୱିନୀ। ୬ ଲେନ୍ ରିଂରୋଡ୍, ଯାହା ଖୋର୍ଦ୍ଧା ନିକଟରେ ରାମେଶ୍ୱରରୁ କଟକ ଜିଲ୍ଲାର ଟାଙ୍ଗି ଯାଏ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *