କଂଗ୍ରେସ ଦଳ ଟ୍ରେଡିଂ ଏବଂ ଅନ୍ୟାନ୍ୟ ନିୟମର ଉଲ୍ଲଂଘନ ପାଇଁ ସେବିର ଅନୁସନ୍ଧାନାଧୀନ କମ୍ପାନୀ ୱାକ୍ହାର୍ଟ ଲିମିଟେଡ୍ ସହ ଜଡ଼ିତ ଏକ ସଂସ୍ଥା ଠାରୁ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ୨.୧୬ କୋଟି ଟଙ୍କାର ଭଡ଼ା ନେଇଥିବା ଅଭିଯୋଗ କରିଛି । କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ବିଭାଗ ମୁଖ୍ୟ ପୱନ ଖେରା ଅଭିଯୋଗ କରିଛନ୍ତି ଯେ ୨୦୧୮ ରୁ ୨୦୨୪ ମଧ୍ୟରେ ବୁଚ୍ ପ୍ରଥମେ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ପରେ ଏହାର ଅଧ୍ୟକ୍ଷା ଭାବେ ୱାକହାର୍ଟ ଲିମିଟେଡ୍ ସହ ଜଡିତ କମ୍ପାନୀ କ୍ୟାରୋଲ ଇନଫୋ ସର୍ଭିସେସ୍ ଠାରୁ ୨.୧୬ କୋଟି ଟଙ୍କା ଭଡ଼ା ନେଇଛନ୍ତି ।
୨୦୨୨ ମାର୍ଚ୍ଚ ୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କ୍ୟାବିନେଟର ନିଯୁକ୍ତି କମିଟି ପକ୍ଷରୁ ସେବି ଅଧ୍ୟକ୍ଷାଙ୍କୁ ନିଯୁକ୍ତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ ପୂର୍ବ ଆର୍ଥିକ ସମ୍ପର୍କ ବଜାୟ ରଖିବା ସର୍ତ୍ତରେ ତାଙ୍କ ନିଯୁକ୍ତି ମଞ୍ଜୁର ହୋଇଛି କି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି । ଏବେ ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ତାଙ୍କ ଆଚରଣର ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରୁଥିବା ବେଳେ ତାଙ୍କର ନିରପେକ୍ଷତା ଓ ତାଙ୍କ ନେତୃତ୍ୱରେ ସେବିର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now