ଅର୍ଥନୀତିଜାତୀୟ

ବିନା ଏ ଟି ଏମରେ କରିପାରିବେ ୟୁ ପି ଆଇ ପେମେଣ୍ଟ

ନୂଆଦିଲ୍ଲୀ : ଯଦି ଆପଣ ୟୁ ପି ଆଇ ପେମେଣ୍ଟ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ପାଖରେ ଏ ଟି ଏମ କାର୍ଡ ନାହିଁ । ତେବେ ଏ ଖବର ଟି ଆପଣଙ୍କ ପାଇଁ । ଆପଣବି କରିପାରିବେ ୟୁ ପି ଆଇ ଦ୍ୱାରା ପେମେଣ୍ଟ ତାହା ପୁଣି ବିନା ଏ ଟି ଏମରେ । ତେବେ ଏଥିପାଇଁ ଆପଣଙ୍କୁ ଆପଣେଇବାକୁ ପଡିବ କିଛି ଷ୍ଟେପ ।

ଆପଣଙ୍କୁ  ୟୁ ପି ଆଇ ପେମେଣ୍ଟ କରିବା ପାଇଁ ପାଖରେ ବ୍ୟାଙ୍କରେ ରେଜିଷ୍ଟର ମୋବାଇଲ ନମ୍ବର ଓ ଆଧାରକାର୍ଡ ରହିବା ଆବଶ୍ୟକ ଯାହା ଉଭୟଙ୍କ ମଧ୍ୟରେ ଲିଙ୍କ ରହିବା ଆବଶ୍ୟକ । ଫଳରେ ସହଜରେ ଆପଣ ଭ୍ୟାରିଫାଏ କରିପାରବେ । ଏବଂ ୟୁ ପି ଆଇ ପେମେଣ୍ଟ କରିପାରିବେ ।

  • ଏଥିପାଇଁ ଆପଣଙ୍କୁ ପ୍ରଥମେ ସ୍ମାର୍ଟଫୋନରେ ଭିମ ଆପକୁ ଡାଉନଲୋଡ କରିବାକୁ ପଡିବ
  • ଡାଉନଲୋଡ ପରେ ପ୍ରୋସିଡ ଉପରେ କ୍ଲିକ କରି ନିଜର ଭାଷା ଚୟନ କରିବାକୁ ହେବ ।
  • ପରବର୍ତ୍ତୀ ପେଜରେ ଆପଣ ଯେଉଁ ନମ୍ୱରରେ ୟୁ ପି ଆଇ  ଆଇ ଡି କରିବାକୁ ଚାହୁଁଛନ୍ତି ସେହି ନମ୍ବରରେ କ୍ଲିକ କରିବାକୁ ପଡିବ ।
  • ନମ୍ବର ଚୟନ ପରେ ଆପଣଙ୍କ ମୋବାଇଲକୁ ଓଟିପି ପଠାଯିବା ପକ୍ରିୟା ଆରମ୍ଭ ହେବ ।
  • ଓଟିପି ଦେଇସାରିବା ପରେ ଆପଣ ପ୍ରୋସିଡ ଅପସନରେ କ୍ଲିକ କରିବାକୁ ହେବ ।
  • ଏହାପରେ ଏକ ନୂଆ ପେଜ ଖୋଲିଯିବ ଯେଉଁଠାରେ ଆପଣଙ୍କୁ ପାସୱାର୍ଡ ସୃଷ୍ଠି କରିବାକୁ ହେବ ।
  • ପରେ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ଚୟନ କରିବାକୁ ହେବ ଏବଂ ରେଜିଷ୍ଟର ମୋବାଇଲ ନମ୍ୱର ଦେବାକୁ ହେବ ।
  • ନମ୍ବର ଦେବାପରେ ଆପଣଙ୍କ ୟୁ ପି ଆଇ ପିନ ସୃଷ୍ଟି ହେଇଯିବାର ମସେଜ ଆପଣଙ୍କ ମୋବାଇଲ ନମ୍ବରେ ଆସିଯିବ ।
  • ଏହିପରି ଭାବରେ ଆପଣ ବିନା ଡେବିଟି କାର୍ଡରେ ୟୁ ପି ଆଇ ଆଇଡି ସୃଷ୍ଠିକରି । ଡିଜିଟାଲ ପେମେଣ୍ଟ କରିପାରିବେ ।

Related Articles

Leave a Reply

Your email address will not be published.

Back to top button