କଂଗ୍ରେସ ବିଧାୟକ ସୁରରାଉତ ରାୟ 2000 ଟଙ୍କିଆ ନୋଟ ଅଚଳ ଉପରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଧାନମନ୍ତ୍ରୀ 2016ରେ ନୋଟ ବନ୍ଦୀ କରି କଳା ଧନ ଫେରାଇ ଆଣିବି ବୋଲି କହିଥିଲେ । ବାହାର ଦେଶରୁ ମଧ୍ୟ କଳାଧନ ଆଣିବାକୁ କହିଥିଲେ। ହେଲେ କୋଟି କୋଟି ଟଙ୍କାର ପତ୍ତା ମିଳୁନି। ସେହି ସମୟରେ ଅନେକ ଟଙ୍କା ବିଜେପି ରଖି ଦେଇଛି । ପୁଣି ଥରେ ଏମିତି କରି ଲୋକଙ୍କୁ ହଇରାଣ କରିବାକୁ ମୋଦି ଷଡ଼ଯନ୍ତ୍ର କରିଛନ୍ତି। ଆଉ ଏହି ପଇସାକୁ ବିଜେପି ଦଳୀୟ ଚାନ୍ଦାରେ ବଦଳାଇ ନିର୍ବାଚନ ଲଢ଼ିବ । ଯାହାର ଉଚିତ ଜବାବ ଆଗକୁ ଥିବା ନିର୍ବାଚନରେ ଲୋକ ଦେବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now