ଭୁବନେଶ୍ୱର

ATM ଲୁଟରାଙ୍କ ବଡ଼ ଧରଣର ଲୁଟ କୁ ଭଣ୍ଡୁର କଲେ PCR କର୍ମଚାରୀ

ଭୁବନେଶ୍ୱର : ATM ଲୁଟରାଙ୍କ ବଡ଼ ଧରଣର ଲୁଟ କୁ ଭଣ୍ଡୁର କରିଛି ପିସିଆର୍ କର୍ମଚାରୀ l ପିସିଆର୍ କର୍ମଚାରୀଙ୍କ ଏହି କାର୍ୟ୍ୟକୁ ଡିସିପି ପ୍ରଶଂସା କରିଛନ୍ତି l ସୂଚନା ମୁତାବକ 4 ଦିନ ତଳେ ଏକ ବଡ଼ ଧରଣର ATM ଲୁଟରା ଗ୍ୟାଙ୍ଗ କୁ କାବୁ କରିଥିଲା ଏକ ପିସିଆର୍ ଟିମ I ଘଟଣାଟି 4 ଦିନ ତଳେ ସୈନିକ ସ୍କୁଲ ନିକଟରେ ଘଟିଥିଲା l ପିସିଆର୍ ଟି ରାତି ରେ ପେଟ୍ରୋଲଙ୍ଗ କରିବା ସମୟରେ ଏହି ଗ୍ୟାଙ୍ଗ ବିଷୟରେ ଖବର ପାଇ ତାକୁ ପିଛା କରି ଟ୍ରାକ କରିବା ପାଇଁ ତାକୁ ଫଲୋ କରିଥିଲେ, ଏହି ଗ୍ୟାଙ୍ଗ ରେ 2 ଟି ଗାଡ଼ି ବ୍ୟବହୃତ ହୋଇଥିଲା ଗୋଟିଏ ବାଇକ ଓ ଅନ୍ୟ ଗୋଟିଏ ଭ୍ୟାନ l ଉଭୟ ଗାଡ଼ି ପୋଲିସ ଗାଡି ତାଙ୍କୁ ପିଛା କରୁଥିବା ଦେଖି ପୋଲିସ କୁ ଇଟା ରେ ଆହତ କରିବାକୁ ଚେଷ୍ଟା କରିଥିଲେ ଓ ରାସ୍ତା ରେ ଜିଗଜାଗ ଖେଳ ମଧ୍ୟ ଖେଳିଥିଲେ ଶେଷରେ ପୋଲିସ ଅନେକ ଚେଷ୍ଟା ପରେ ଏହି ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହୋଇ ପାରିଥିଲା l ଏହି ପିସିଆର୍ ଟିମ ଟିକୁ ଅନ୍ୟ ପିସିଆର୍ ଟିମ ମାନେ ମଧ୍ୟ ଏହି କାର୍ଯ୍ୟରେ ସହାୟତା କରିଥିଲେ l ଏହି ଗାଡିରୁ ଗ୍ୟାସ ଟାଙ୍କି, ଟାଙ୍କି କଟା ବ୍ଲେଡ ଓ ଜି ଆଇ ତାର ଓ ମୋବାଇଲ ଫୋନ ଜବତ ହୋଇଛି l

Related Articles

Leave a Reply

Your email address will not be published.

Back to top button