ଭାରତର ଆନ୍ତରିକ ଦୁର୍ନୀତି ବିରୋଧୀ ମହାନିରୀକ୍ଷକ ବା ଲୋକପାଳ ପୂର୍ବତନ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ନିଜ ରାୟରେ ଲୋକପାଳ ପ୍ରକାଶ କରିଛନ୍ତି ଯେ, ପୂର୍ବତନ ଆର୍ଥିକ ବଜାର ନିୟନ୍ତ୍ରଣ କର୍ତ୍ତା ତଥା ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ବିରୁଦ୍ଧରେ ଆଣାଯାଇଥିବା ଦୁର୍ନୀତି ସଂପର୍କିତ ସମସ୍ତ ଅଭିଯୋଗ ଅନାଧାର, ନିରର୍ଥକ ଓ ରାଜନୈତିକ ପ୍ରେରିତ ଥିଲା।ଏହି ଅଭିଯୋଗଗୁଡ଼ିକ ଅଧିକାଂଶ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆଧାରିତ ଥିଲା। ଯେଉଁଥିରେ ଆଦାନୀ ଗ୍ରୁପ ସହିତ ସେବିର ଭୂମିକାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। କିନ୍ତୁ ଲୋକପାଳ କହିଛନ୍ତି, “ଏହି ଅଭିଯୋଗଗୁଡ଼ିକ ଅନୁଚିତ, ଅନାଧାର ଥିଲା। ଅଭିଯୋଗକୁ ପ୍ରମାଣିତ କରିବାକୁ କୌଣସି ଦୃଢ଼ ପ୍ରମାଣ ନାହିଁ। କେବଳ ଅନୁମାନ ଆଧାରରେ ଆରୋପ ଲଦାଯାଇଛି। ଲୋକପାଳ ୫ଟି ମୁଖ୍ୟ ଅଭିଯୋଗର ଯାଞ୍ଚ କରିଥିଲେ। ବୁଚ୍ ଓ ତାଙ୍କ ସ୍ୱାମୀ ଆଦାନୀ ଗୃପ ସହ ଜଡ଼ିତ ଏକ ଫଣ୍ଡରେ ବିପୁଳ ନିବେଶ କରିଥିଲେ। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବ୍ଲାକଷ୍ଟୋନ ଇଙ୍କ ଭଳି କମ୍ପାନୀରୁ ପରାମର୍ଶ ଶୁଳ୍କ ଆଳରେ ଅନୁଚିତ୍ ଲାଭ ଉଠାଇଥିଲେ। ଆଇସିଆଇସିଆଇ ବ୍ୟାଙ୍କ ଇଏସଓପିର ବିକ୍ରି ଓ ମହିନ୍ଦ୍ରା, ବ୍ଲାକଷ୍ଟୋନ ସମ୍ୱନ୍ଧିତ ମାମଲାର ତଦନ୍ତ ହୋଇଥିଲା। କିନ୍ତୁ ସବୁ ଅଭିଯୋଗକୁ ଖାରଜ କରିଦେଇଛନ୍ତି ଲୋକପାଳ। ଅଭିଯୋଗର ବିଶ୍ୱସନୀୟତା ଓ ପ୍ରମାଣ ଦେବାରେ ବିଫଳତାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ମାଧବୀ ବୁଚ୍ ଫେବୃଆରୀ ୨୦୨୫ରେ ସେବି ଅଧ୍ୟକ୍ଷ ଭାବରେ ନିଜ କାର୍ଯ୍ୟଭାର ସମାପ୍ତ କରିଥିଲେ। ୨୦୨୪ରେ ହିଣ୍ଡେନବର୍ଗ ମାଧବୀଙ୍କ ବିରୁଦ୍ଧରେ ଏକ ରିପୋର୍ଟ ଜାରି କରିଥିଲା। ଦାବି କରିଥିଲା ଯେ, ଆଦାନୀ ଗୃପର ବିଦେଶୀ ଫଣ୍ଡରୁ ସେବି ଅଧ୍ୟକ୍ଷା ମାଧବୀ ଓ ତାଙ୍କ ସ୍ୱାମୀଙ୍କ ସେୟାର ରହିଛି। ଆଦାନୀ ଗୃପ ଓ ସେବିର ମିଲିଭଗତକୁ ନେଇ ଅଙ୍ଗୁଳି ଉଠାଇଥିଲା ରିପୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now