ବର୍ଷା କ୍ଷୟକ୍ଷତି ସତ୍ତ୍ୱେ ଖରିଫ ଧାନ ଉତ୍ପାଦନ ହେବ ଅଧିକ : ଚୌହାନ

ପ୍ରବଳ ବର୍ଷା ଯୋଗୁଁ କିଛି ଫସଲ ନଷ୍ଟ ହେବା ସତ୍ତ୍ୱେ ଖରିଫ ଧାନ ଫସଲ ଅମଳ ଅଧିକ  ରହିବ ବୋଲି କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି । ଭଲ ବର୍ଷା ଯୋଗୁଁ ଧାନ ବୁଣିବା ବହୁତ ଭଲ ହୋଇଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, କିନ୍ତୁ ଏହା ଦ୍ୱାରା ଉତ୍ପାଦନ କମିବ ନାହିଁ । ମୋଟାମୋଟି ଭାବେ ଗତବର୍ଷ ତୁଳନାରେ ଧାନ ଉତ୍ପାଦନ ଭଲ ହେବ ବୋଲି ଚୌହାନ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ କହିଛନ୍ତି । ନଭେମ୍ବର ମାସରେ ଅମଳ ହେଉଥିବା ଖରିଫ ଧାନ ଭାରତର ମୋଟ ଧାନ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ ଅଟେ । ସରକାରଙ୍କ ତୃତୀୟ ଆକଳନ ଅନୁଯାୟୀ ୨୦୨୩-୨୪ ଫସଲ ବର୍ଷ (ଜୁଲାଇ – ଜୁନ୍‌)ରେ ଖରିଫ ଧାନ ଉତ୍ପାଦନ ୧୧୪.୩୬ ନିୟୁତ ଟନ୍ ରହିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *