ମୋଦିଙ୍କ ପ୍ରକଳ୍ପ ବର୍ଷା – ଫୋକସରେ ଯୁବପୀଢ଼ିଙ୍କ ରୋଜଗାର

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ। ଏୟାରପୋର୍ଟରୁ ଜେଲ ଛକ ଯାଏ କରିଥିଲେ ରୋଡ ସୋ। ପାରମ୍ପରିକ ଗୀତ ନାଚରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ ମୋଦି। ଆଉ ୬୦ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ବର୍ଷା କରିଛନ୍ତି। ଓଡ଼ିଶା ପାଇଁ ୧୭ଶହ କୋଟିର ରେଳପ୍ରକଳ୍ପ ଭେଟି ଦେଇଛନ୍ତି। ସେବାପକ୍ଷ ଅବସରରେ ଅମଲିପାଲିରେ ଆୟୋଜିତ ଯୁବ ସମାବେଶକୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରେଳ, ଶିକ୍ଷା, ଟେଲିକମ, ଶକ୍ତି, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ସେବା ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ୬୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୋଦି। ମୋଦି ମୋଦି ନାରାରେ କମ୍ପିଥିଲା ପଡ଼ିଆ। ଝାରସୁଗୁଡ଼ାରୁ ବିଏସଏନଏଲ ୪ଜି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରଯୁକ୍ତି ଆତ୍ମନିର୍ଭର ଓ ଏହାର ସଫ୍ଟଓ୍ୱେରକୁ ସହଜରେ ୫ଜିକୁ ଅପଗ୍ରେଡ୍ କରିହେବ। ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାଓ୍ୱାର କାର୍ଯ୍ୟକ୍ଷମ ହୋଇଛି। ପୁରୁଣା ଗ୍ରାହକଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ଦେବା ସହ ଡିଜିଟାଲ ଦୁନିଆରେ ପହଞ୍ଚିନଥିବା ୫ଲକ୍ଷରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ। ଦୁର୍ଗମ ଅଞ୍ଚଳରେ ଥିବା ଗାଁର ୨ ନିୟୁତ ପରିବାର ପାଖରେ ମୋବାଇଲ୍ ସେବା ପହଞ୍ଚିବ। ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣକୁ ସାକାର କରିବ। ନକ୍ସଲ ପ୍ରଭାବିତ, ସୀମାନ୍ତବର୍ତ୍ତୀ ଗାଁରେ କନେକ୍ଟିଭିଟିକୁ ପ୍ରୋତ୍ସାହିତ କରିବ। ଚିପ୍ରୁ ସିପ୍- ଭାରତ ସବୁଥିରେ ଆତ୍ମନିର୍ଭର ହେବ। ଓଡ଼ିଶାରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବ।ସିପ୍ ନିର୍ମାଣ ପାଇଁ ୧୭ହଜାର କୋଟି ଟଙ୍କାର ଅନୁମୋଦନ ହୋଇଛି। ଓଡ଼ିଶାର ଯୁବ ପୀଢ଼ି ଏଥିରୁ ରୋଜଗାର ପାଇବେ। ୨୦୧୪ ଯାଏ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା। ୨୦୧୪ ପରେ ସେ ଦେଶକୁ ଲୁଟ୍‌ତନ୍ତ୍ରରୁ ରକ୍ଷା କଲେ ବୋଲି କହିଛନ୍ତି ମୋଦି। ଜିଏସଟି କମ୍ ସତ୍ତ୍ୱେ ସାରା ଦେଶ ଏହାର ଲାଭ ପାଉଥିଲା ବେଳେ ହିମାଚଳପ୍ରଦେଶ ସରକାର ଏହାକୁ ଲାଗୁ କରୁନାହାନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଜିଏସଟି ହ୍ରାସ କରିଛନ୍ତି ସରକାର। ବିକଶିତ ଓଡ଼ିଶା ଗଠନ ଦିଗରେ ମାତ୍ର ଦେଢ଼ ବର୍ଷର ଶାସନରେ ସରକାରଙ୍କ ଭିଜନ କେମିତି ନୂଆ ସମ୍ଭାବନା ସୃଷ୍ଟି କରିଛି, ସେ କଥାର ଅବତାରଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋଦିଙ୍କୁ ମା ସମଲେଇଙ୍କ ଫଟୋ ଦେଇ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଯୁବବର୍ଗଙ୍କୁ ଏହି ସମାବେଶ ସମର୍ପିତ ଅଟେ। ଯୁବକଙ୍କ ପ୍ରେରଣାର ସ୍ରୋତ ଅଟନ୍ତି ମୋଦି। ଏହି ସେବା ପର୍ବ ୫୦ ବର୍ଷ ହେଲା ଦେଶପାଇଁ ସମର୍ପଣ ଭାବ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ଆହ୍ୱାନ ସହ ସାମିଲ୍ ହୋଇଛୁ। ଓଡିଶାର ବିକାଶ ପାଇଁ ହାତ ଖୋଲିଦେଲେ ପିଏମ୍। ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ଉପରେ ଭରସା ଅଛି କହି ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବାକୁ ଆହ୍ୱାନ ଦେଇ ଦିଲ୍ଲୀ ଫେରିଛନ୍ତି ମୋଦି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *