ଗଞଜାମ ଜିଲାରେ ଆସନ୍ନ ମରୁଡ଼ି

Spread the love

ଗଞ୍ଜାମ : ଗଞ୍ଜାମ ଜିଲାରେ ଆସନ୍ନ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ହେକ୍ଟର ହେକ୍ଟର ଜମିରେ ଧାନବିହନ ବୁଣି ଦେଇଛି। ୧୫ ଦିନ ହେଲାଣି ବର୍ଷାର ଦେଖାନାହିଁ । ଫଳରେ କେତେକ ସ୍ଥାନରେ ଧାନଗଜା ହୋଇଛି ତ, ଆଉ କେତେକ ସ୍ଥାନରେ ଧାନଗଜା ହୋଇନି । ଏହା ସାଂଗକୁ ପ୍ରବଳ ରୌଦ୍ରତାପ ଯୋଗୁଁ ଗଜାଧାନ ପୋଡିବା ସମ୍ଭାବନା ଦେଖାଦେଲାଣି । ବିଭିନ୍ନ ସ୍ଥାନରେ ଚାଷୀମାନେ ଧାନତଳିରେ ପାଣିସିଞ୍ଚନ କରି ଧାନତଳି ବଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି। ଏହାସହ ଚାଷୀ ହତାଶ ହୋଇପଡିଛନ୍ତି । ଦୁଇ, ତିନି ଦିନ ମଧ୍ୟରେ ଗଞାମ ଜିଲାରେ ଭଲ ବର୍ଷା ନହେଲେ ଚଳିତ ବର୍ଷ ଖରିଫ ଫସଲ ପ୍ରଭାବିତ ହୋଇ ମରୁଡି ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *