ଆଜିଠୁ ଆରମ୍ଭ ସ୍କିଲ୍ କନକ୍ଲେଭ୍

Spread the love

SKILL CONCLAVE ODISHA..PKG

() ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ତିନି ଦିନିଆ ସ୍କିଲ୍ କନକ୍ଲେଭ୍। ମୁଖ୍ୟମନ୍ତ୍ରୀ ଏହି କନକ୍ଲେଭକୁ ଉଦଘାଟନ କରିବା ସହ ନୂଆ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ପାଇଁ ଶହେ କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି ବୋଲି କହିଛନ୍ତି। ଲକ୍ଷେ ଯୁବକଯୁବତୀଙ୍କ ଦକ୍ଷତା ବିକାଶରେ ଏହା ଖର୍ଚ୍ଚ ହେବ। କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ, ଜାତୀୟସ୍ତରର ଶିଳ୍ପ ପ୍ରତିନିଧି, ବୁଦ୍ଧିଜୀବି ସାମିଲ୍ ହୋଇଛନ୍ତି।

ସାରା ବିଶ୍ୱରେ ଓଡ଼ିଶାର ନୂଆ ପରିଚୟ ସୃଷ୍ଟି ହେବ। ବିଶ୍ୱବିଜୟୀ ହେବ ଓଡ଼ିଶା ସ୍କିଲଡ ଇନ୍ ଓଡ଼ିଶା ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ ଦିଆଯିବ ରାଜ୍ୟର ଯୁବକଯୁବତୀଙ୍କୁ କେବଳ ଦେଶ ଭିତରେ ନୁହେଁ। ବିଦେଶରେ ବି ନିଯୁକ୍ତି ସୁଯୋଗ ପାଇବେ ଆମ ପିଲା। ଏଭଳି ଆଭିମୁଖ୍ୟ ରଖି ଆଜିଠୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଇଛି ତିନି ଦିନିଆ ଓଡ଼ିଶା ସ୍କିଲ୍ କନକ୍ଲେଭ୍। କନକ୍ଲେଭକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଓଡ଼ିଶା ସରକାର ପ୍ରାୟ ଲକ୍ଷେ ଯୁବକଯୁବତୀଙ୍କୁ ପ୍ରଯୁକ୍ତି ବିଦ୍ୟା ଦେବା ସହ ଦକ୍ଷତା ବିକାଶରେ ସୁଯୋଗ ସୃଷ୍ଟି ଲାଗି ଶହେ କୋଟି ଟଙ୍କାର ପ୍ରାବଧାନ ରଖିଛନ୍ତି। ସ୍କିଲଡ ଇନ ଓଡ଼ିଶା ବ୍ରାଣ୍ଡ୍‌କୁ ଅଧିକ ପ୍ରୋତ୍ସାହନ ଦିଆଯିବ।

ସ୍କିଲ୍‌ କନକ୍ଲେଭରେ ରାଜ୍ୟର ଦକ୍ଷତା ସମ୍ୱନ୍ଧରେ ଶିଳ୍ପ ସହଭାଗିତାଙ୍କ ସହ ଏମଓୟୁ ବି ସ୍ୱାକ୍ଷର ହୋଇଛି। କନକ୍ଲେଭରେ ମୋଟ୍ ୨୦ଟି ଏମଓୟୁ ହେବ ଓଡ଼ିଶା ଯୁବକଯୁବତୀଙ୍କୁ ଟ୍ରେନିଂରେ କମ୍ପାନୀଗୁଡ଼ିକ ନିଜର ଡିଜିଟାଲ ଦକ୍ଷତା ଓ ପାରଦର୍ଶିତାକୁ ବିନିଯୋଗ କରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂଆ ଟେକ୍ନୋଲୋଜିରେ ଅଧିକ ଦକ୍ଷ ହେବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି କନକ୍ଲେଭରେ। ସ୍କିଲ କନକ୍ଲେଭରେ ସିଙ୍ଗାପୁରର ୨୫ ଜଣ ଯୁବକଯୁବତୀ ଏକା ସାଙ୍ଗରେ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ବିଦେଶରୁ ଯେଉଁ ଦିନ ପିଲା ଆସି ଓଡ଼ିଶା ମାଟିରେ କାନ୍ଧକୁ କାନ୍ଧ ମିଳାଇ କାମ କରିବେ, ସେଦିନ ଓଡ଼ିଶା ଗ୍ଲୋବାଲ ବେଞ୍ଚ ମାର୍କ ତିଆରି ହୋଇପାରିବ ବୋଲି କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ।

ଏହି କନକ୍ଲେଭ୍ ଦକ୍ଷତା ବିକାଶ ଉପକ୍ରମରେ ଅଂଶଗ୍ରହଣକାରୀଙ୍କ ଲାଗି ନୂଆ ସୁଯୋଗ ଆଣିବ। ଏହି ଅବସରରେ ମେଗା ସ୍କିଲ୍ ପ୍ରଦର୍ଶନୀକୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ମାଗଣାରେ ପ୍ରଦର୍ଶନୀ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।

ଅଭିଜିତ୍ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *