କେନ୍ଦ୍ର ସଠିକ୍ ସମୟରେ ହସ୍ତକ୍ଷେପ କରିବା ଦ୍ୱାରା ଖାଇବା ତେଲର ମୂଲ୍ୟରେ ହ୍ରାସ ହୋଇଛି

ନୂଆଦିଲ୍ଲୀ : ଭାରତ ସରକାର ଖାଇବା ତେଲର ଘରୋଇ ଖୁଚୁରା ମୂଲ୍ୟ ଉପରେ ତୀକ୍ଷ୍ମ ନଜର ରହିଛି ଯଦ୍ୱାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ ଆନ୍ତର୍ଜାତୀୟ ମୂଲ୍ୟରେ ହୋଇଥିବା ହ୍ରାସର ସମ୍ପୂର୍ଣ୍ଣ ଲାଭ ଅନ୍ତିମ ଗ୍ରାହକଙ୍କୁ ମିଳିପାରିବ । ପ୍ରମୁଖ ଖାଦ୍ୟ ତେଲ ସଂଘ ଏବଂ ଉଦ୍ୟୋଗ ସହିତ ନିୟମିତ ବୈଠକ ଆୟୋଜିତ କରାଯାଉଛି, ଯେଉଁଥିରେ ତାଙ୍କୁ ଆନ୍ତର୍ଜାତୀୟ ମୂଲ୍ୟରେ ହ୍ରାସ ଅନୁରୂପ ଖୁଚୁରା ମୂଲ୍ୟରେ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଉଛି।

ଏହା ଅତିରିକ୍ତ ଘରୋଇ ବଜାରରେ ଖାଦ୍ୟ ତେଲର ମୂଲ୍ୟକୁ ନିୟନ୍ତ୍ରିତ କରିବା ଏବଂ ଏହାକୁ ହ୍ରାସ କରିବା ପାଇଁ ଭାରତ ସରକାର ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିଛନ୍ତି :

ଅଶୋଧିତ ପାମ୍ ତେଲ, ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଶୁଳ୍କ ୨.୫ ପ୍ରତିଶତରୁ ହ୍ରାସ ହୋଇ ଶୂନ କରାଯାଇଛି । ତେଲ ଉପରେ କୃଷି ଉପକର ୨୦ ପ୍ରତିଶତରୁ ହ୍ରାସ ହୋଇ ୫ ପ୍ରତିଶତ କରି ଦିଆଯାଇଛି । ୩୦ ଡିସେମ୍ବର, ୨୦୨୨ ରେ ଏହି ଶୁଳ୍କ ସଂରଚନାକୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

୨୧ଡିସେମ୍ବର ୨୦୨୧ ରେ ରିଫାଇନ୍ଡ ସୋୟାବିନ୍ ତେଲ ଏବଂ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଶୁଳ୍କ ୩୨.୫ ପ୍ରତିଶତରୁ ହ୍ରାସ ହୋଇ ୧୭.୫  ପ୍ରତିଶତ କରି ଦିଆଯାଇଛି ଏବଂ ରିଫାଇନ୍ଡ ପାମ୍ ତେଲ ଉପରେ ମୂଳ ଶୁଳ୍କ ୧୭.୫ ପ୍ରତିଶତରୁ ହ୍ରାସ କରି ୧୨.୫ ପ୍ରତିଶତ କରିଦିଆଯାଇଛି । ଏହି ଶୁଳ୍କ ସମୟକୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସରକାର ରିଫାଇନ୍ଡ ପାମ ତେଲର ନିଃଶୁଳ୍କ ଆମଦାନୀକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

୨୦ଜୁଲାଇ ୨୦୨୩ ପର୍ଯ୍ୟନ୍ତ, ଅଶୋଧିତ ସୋୟାବିନ୍ ତେଲ, ଅଶୋଧିତ ସୂର୍ଯ୍ୟମୁଖୀ ତେଲ, ଅଶୋଧିତ ପାମ୍ ତେଲ ଏବଂ ରିଫାଇନ୍ଡ ପାମ ତେଲ ପରି ପ୍ରମୁଖ ଖାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟରେ ଗତ ବର୍ଷ ବହୁତ ହ୍ରାସ ହୋଇଛି । ସରକାରଙ୍କ ଦ୍ୱାରା କରାଯାଇଥିବା କ୍ରମାଗତ ପ୍ରଚେଷ୍ଟା କାରଣରୁ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ, ରିଫାଇନ୍ଡ ସୋୟାବିନ୍ ତେଲ ଏବଂ ଆରବିଡି ପାମୋଲିନ୍ର ଖୁଚୁରା ମୂଲ୍ୟରେ ଏକ ବର୍ଷରେ କ୍ରମଶଃ ୨୯.୦୪  ପ୍ରତିଶତ, ୧୮.୯୮ ପ୍ରତିଶତ ଏବଂ ୨୫. ୪୩ ପ୍ରତିଶତର ହ୍ରାସ ହୋଇଛି।

ସରକାରଙ୍କ ଦ୍ୱାରା କରାଯାଇଥିବା ନବୀନତମ ପଦକ୍ଷେପରେ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ ଏବଂ ରିଫାଇନ୍ଡ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁଳ୍କ ୧୫ ଜୁନ୍ ୨୦୨୩ ରୁ ୧୭. ୫ ପ୍ରତିଶତରୁ ହ୍ରାସ ହୋଇ ୧୨.୫ ପ୍ରତିଶତ କରି ଦିଆଯାଇଛି।

ଏହି ସୂଚନା ଖାଉଟି ବ୍ୟାପାର, ଖାଦ୍ୟ ଓ ସାର୍ବଜନିକ ବିତରଣ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ପ୍ରଦାନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *