ବଢୁଛି ରାଜ୍ୟର ଦାରିଦ୍ର୍ୟତା, ଦେଶର ଅଷ୍ଟମ ଗରିବ ରାଜ୍ୟ ଓଡ଼ିଶା

Spread the love

ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ । ୫ ବର୍ଷରେ ରାଜ୍ୟର ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର୍ୟରୁ ମୁକୁଳିଥିଲେ ବି ଦେଶର ଦରିଦ୍ର ରାଜ୍ୟ ତାଲିକାରେ ଓଡ଼ିଶା ସ୍ଥିତି କିନ୍ତୁ ଖରାପ ହେବାରେ ଲାଗିଛି । ନୀତି ଆୟୋଗର ସଦ୍ୟ ପ୍ରକାଶିତ ଦ୍ୱିତୀୟ ସଂସ୍କରଣ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀରୁ ଏହା ଜଳଜଳ ଦିଶୁଛି । ନୀତି ଆୟୋଗ ରିପୋର୍ଟ ଅନୁସାରେ, ୨୦୨୧ର ବହୁମୁଖୀ ଦାରିଦ୍ର୍ୟ ସୂଚୀରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ, ରାଜସ୍ଥାନ ପରେ ଓଡ଼ିଶା ଥିଲା ଦେଶର ନବମ ଗରିବ ରାଜ୍ୟ । କିନ୍ତୁ ଚଳିତ ସଂସ୍କରଣରେ ଓଡ଼ିଶା ଗରିବୀ ରାଜ୍ୟ ତାଲିକାରେ ଆଉ ଗୋଟେ ସ୍ଥାନ ଉପରକୁ ଉଠି ଦେଶର ଅଷ୍ଟମ ଗରିବ ରାଜ୍ୟରେ ପରିଣତ ହୋଇଛି । ଅପରପକ୍ଷରେ ରାଜସ୍ଥାନ ଅଷ୍ଟମ ଗରିବ ରାଜ୍ୟରୁ ତଳକୁ ଖସି ଦଶମ ସ୍ଥାନରେ ପହଞ୍ଚିଛି । ଖାଲି ସେତିକି ନୁହେଁ, ଓଡ଼ିଶାର ୧୫.୬୮% ଦାରିଦ୍ର୍ୟ ହାର, ଜାତୀୟ ହାର ୧୪.୯୬% ଠାରୁ ବି ଅଧିକ ରହିଛି ।

Leave a Reply

Your email address will not be published. Required fields are marked *