ଦୁଇ ବର୍ଷ ପରେ ପରୀକ୍ଷା ଦେଉଛନ୍ତି +୨ ପରୀକ୍ଷାର୍ଥୀ

Spread the love

ଆଜି ଠାରୁ ଆରମ୍ଭ  ହୋଇଛି ଯୁକ୍ତ ଦୁଇ ପରୀକ୍ଷା। କୋଭିଡ କଟକଣା ମଧ୍ୟରେ ଶେଷ ହୋଇଛି ପ୍ରଥମଦିନର ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧୨ଟା ରେ ଶେଷ ହୋଇଥିଲା । ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ, ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିବା ବେଳେ,୧୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ।  ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ମନା ଥିବା ବେଳେ, କପି ମୁକ୍ତ ପରୀକ୍ଷା ପାଇଁ ସ୍କ୍ୱାର୍ଡ ବିଭିନ୍ନ ସ୍ତରରେ ଯାଞ୍ଚ କରିଥିଲେ l ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଏପ୍ରିଲ୍‌ ୨୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ, ଚଳିତ ବର୍ଷ ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ, ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଅଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ୧,୧୩୩ ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ ଟି ପରୀକ୍ଷା ପରିଚାଳନା ହବ୍ ବା ନୋଡାଲ୍ ସେଣ୍ଟର କରାଯାଇଛି।

Leave a Reply

Your email address will not be published. Required fields are marked *