ପ୍ରବେଶିକା ପରୀକ୍ଷାରେ ସ୍ୱଛତା ବଜାୟ ସହ ଅବାଧ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୫ଜଣ ସଦସ୍ୟ ଅଛନ୍ତି ଓ ଜଣେ ସଦସ୍ୟ ସଚିବ ଅଛନ୍ତି। ସଦସ୍ୟମାନେ ହେଲେ- ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ଭିସି ପ୍ରଫେସର ବି.ଜେ.ରାଓ, ଆଇଆଇଟି ମାଡ୍ରାସର ପ୍ରଫେସର ରାମମୂର୍ତ୍ତି.କେ, କର୍ମଯୋଗୀ ଭାରତର ସହ ପ୍ରତିଷ୍ଠାତା ପଙ୍କଜ ବଂଶଲ, ଆଇଆଇଟି ଦିଲ୍ଲୀର ଡିନ୍ ଷ୍ଟୁଡେଣ୍ଟ ଆଦିତ୍ୟ ମିତ୍ତଲ। ସଦସ୍ୟ ସଚିବ ଅଛନ୍ତି ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୈସଓ୍ୱାଲ୍। ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ପରୀକ୍ଷା ପରିଚାଳନାରେ ସ୍ୱଛତା, ଆବଶ୍ୟକୀୟ ସଂସ୍କାର, ଡାଟା ସୁରକ୍ଷା ପ୍ରୋଟୋକଲରେ ଅଧିକ ଉନ୍ନତି ସକାଶେ ଗଠିତ ଉଚ୍ଚସ୍ତରୀୟ କମିଟି ଦୁଇ ମାସ ଭିତରେ ଶିକ୍ଷା ମନ୍ତ୍ରଣାଳୟକୁ ରିପୋର୍ଟ ଦେବ। ଏ ନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now