ସିବିଏସ୍‌ଇ ଶ୍ରେଣୀ  ଦ୍ୱାଦଶର ଫଳାଫଳ  ଘୋଷିତ, ୮୭.୩୩ ପ୍ରତିଶତ ପାସ୍ କଲେ ପରୀକ୍ଷା

Spread the love

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‌ଇ) ଶୁକ୍ରବାର ଦିନ ୧୨ଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି । ୮୭.୩୩ ପ୍ରତିଶତ ଛାତ୍ର ପରୀକ୍ଷା ପାସ୍ କରିଛନ୍ତି । ସିବିଏସ୍‌ଇ ଦ୍ୱାରା ଜାରୀ ସଂଖ୍ୟା ଅନୁଯାୟୀ, ଏହିବର୍ଷ ଦ୍ୱାଦଶ  ପାଇଁ ମୋଟ ଉତୀର୍ଣ୍ଣ ପ୍ରତିଶତ ୮୭.୩୩ ପ୍ରତିଶତ ଅଟେ, ଯାହାଗତ ବର୍ଷର ପ୍ରଦର୍ଶନରୁ (-୫.୩୮) କମ୍ ଅଟେ । ତେବେ ସିବିଏସ୍‌ଇ ଅନୁଯାୟୀ ଏହି କରୋନା ଅବଧିରେ ୨୦୧୯ର ଉତୀର୍ଣ୍ଣ ପ୍ରତିତ ୮୩.୪୦ରୁ ଅଧିକ ଅଟେ । ୨୦୨୦ରେ ୮୮.୭୮ ପ୍ରତିଶତ ଏବଂ ୨୦୧୯ରେ ୮୩.୪୦ ପ୍ରତିଶତର ତୁଳନାରେ ବର୍ଷ ୨୦୨୨ରେ ମୋଟ୍ ପାସ୍ ପ୍ରତିଶତ ୯୨.୭୧ ପ୍ରତିଶତ ଥିଲା ।

Leave a Reply

Your email address will not be published. Required fields are marked *