ପିରିୟଡର ପ୍ରମାଣ ମାଗିବାରୁ ଛାତ୍ରୀଙ୍କ ମୃତ୍ୟୁ!

କଲେଜରେ ବିଳମ୍ୱରେ ପହଞ୍ଚିଥିଲେ ୧୯ ବର୍ଷୀୟା ଛାତ୍ରୀ ବର୍ଷିନୀ। କିନ୍ତୁ କ୍ଲାସରୁମକୁ ପ୍ରବେଶ କରିବାକୁ ଅନୁମତି ଦେଲେନି ଅଧ୍ୟାପକ। ପିରିୟଡ୍ ହୋଇଥିବାରୁ ବିଳମ୍ୱ ହେଲା ବୋଲି କହିଥିଲେ ଛାତ୍ରୀ ଜଣକ। ହେଲେ ସମସ୍ତ ମର୍ଯାଦା ଭୁଲି ଏହାର ପ୍ରମାଣ ମାଗିଲେ ଅଧ୍ୟାପିକା। ଏହା ସହ ତାଙ୍କର ସହପାଠୀଙ୍କ ଆଗରେ ତାଙ୍କୁ ମିଛୁଆ କହି ସେ ଅଭିନୟ କରୁଛନ୍ତି ବୋଲି ଚିଡ଼ାଇଥିଲେ। ଏଥିରେ ବ୍ୟଥିତ ହୋଇ ବାର୍ଷିନୀ ଘରକୁ ଫେରିଗଲେ। ଘୋର ମାନସିକ ଅବସାଦରେ ଥିଲେ। ହେଲେ ଘରେ ପହଞ୍ଚିବା ମାତ୍ରେ ସେ ବେହୋସ ହୋଇ ଗଳିପଡ଼ିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ହସ୍ପିଟାଲ ନେଇଥିଲେ ପରିବାର ଲୋକ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। କାରଣ ମୁଣ୍ଡରେ ରକ୍ତଜମାଟ ବାନ୍ଧିସାରିଥିଲା।  ହାଇଦ୍ରାବାଦ ମାଲକାଜଗିରି ସରକାରୀ ଜୁନିଅର କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାନସିକ ନିର୍ଯାତନାର ଆରୋପ ଲଦିଛନ୍ତି ପରିବାର ଲୋକେ। ଦୁଇ ଅଧ୍ୟାପିକା ଶ୍ରୀଲକ୍ଷ୍ମୀ ଓ ମୁଧୁରିନା ତାଙ୍କୁ ଗାଳି କରିବା ସହ ସମସ୍ତ ସହପାଠୀଙ୍କ ଆଗରେ ଛିଡ଼ା କରି ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ। ବର୍ଷିନୀଙ୍କ ଅକାଳ ବିୟୋଗରେ ଛାତ୍ର ସଂଗଠନ ଓ ପରିବାର ପରିଜନ କଲେଜ ଆଗରେ ବିକ୍ଷୋଭ କରିଛନ୍ତି। ଅଭିଯୁକ୍ତ ଅଧ୍ୟାପିକାଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ ସହ ଆଇନଗତ ଆକ୍ସନ ଲାଗି ଅଡ଼ି ବସିଥିଲେ। ପୁଲିସ ଘଟଣାର ସମ୍ୱେଦନଶୀଳତାକୁ ଦେଖି ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି। ବ୍ରେନ୍ ଷ୍ଟ୍ରୋକରୁ ମୃତ୍ୟୁ ହୋଇଛି। ଏହା ସ୍ୱାଭାବିକ ମୃତ୍ୟୁ ବୋଲି ପୁଲିସ କହୁଛି। କଲେଜ କର୍ତ୍ତୃପକ୍ଷଙ୍କ କୌଣସି ଦୋଷ ନାହିଁ। ତଥାପି ପରିବାରର ଅଭିଯୋଗକ୍ରମେ ଅଧ୍ୟାପିକାଙ୍କ ବିରୁଦ୍ଧରେ ବିଏନଏସ ୧୯୪ ଆଧାରରେ ମାମଲା ରୁଜୁ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *