ପ୍ରକାଶ ପାଇଲା OAS ପରୀକ୍ଷା ଫଳ

ଆଜି ଶନିବାର ପ୍ରକାଶ ପାଇଲା OAS ପରୀକ୍ଷା ଫଳ । ଏଥର ମୋଟ୍ ୬୮୩ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଟପ୍ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ରହଛନ୍ତି । ଶ୍ୱେତାଶ୍ରୀ ମହାପାତ୍ର OAS ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ୍ ପରବିନ ପରିଡ଼ା ରହିଥିବା ବେଳେ ତୃତୀୟସ୍ଥାନରେ ଦୀପ୍ତିରଞ୍ଜନ ପତି ଅଛନ୍ତି । ଚତୁର୍ଥରେ ପ୍ରଜ୍ଞା ପାରଙ୍ଗମା ଓ ପଞ୍ଚମରେ ଆଜାଦ କୁମାର ସାହୁ ରହିଛନ୍ତି । 

ଲୋକସେବା ଆୟୋଗର ୱେବସାଇଟ୍ www.opsc.gov.inରେ ଫଳାଫଳ ଉପଲବ୍ଧ ରହିଛି । ୨୦୨୨ରେ ମୋଟ ୯୨,୯୧୪ ଜଣ ଆଶାୟୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୫୬୮ ଜଣ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ । ଏଣ୍ଟ୍ରାନ୍ସରେ ମୋଟ ୮୨୨୦ ଜଣ କୃତକାର୍ୟ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩୬୬ ଜଣ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୬୮୩ ଜଣ କୃତକାର୍ୟ୍ୟ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *