ୟୁପିଏସସି ଟପ୍ପର ଦୁବେଙ୍କ ସଫଳତାକୁ ନେଇ ପ୍ରଶ୍ନ କଲେ ବରିଷ୍ଠ ଆଇପିଏସ!

ୟୁପିଏସସି ଟପ୍ପରଙ୍କୁ ନେଇ ଉଠିଲା ଅଙ୍ଗୁଳି। ଚଳିତ ବର୍ଷ ୟୁପିଏସସି ଟପ୍ପର ପ୍ରୟାଗରାଜର ଶକ୍ତି ଦୁବେଙ୍କୁ ନେଇ ଆରମ୍ଭ ହୋଇଛି ବିବାଦ। ଏଥର ପାସ୍ କରିଥିବା ୧୦୦୯ ପ୍ରାର୍ଥୀଙ୍କ ଭିତରେ ଟପ୍ପର ହୋଇଛନ୍ତି ଶକ୍ତି। ଅଲଇଣ୍ଡିଆ ରାଙ୍କ-୧ ପାଇଛନ୍ତି ଶକ୍ତି। କିନ୍ତୁ ଏଭଳି ସଫଳତାକୁ ନେଇ ଉଠିଛି ସନ୍ଦେହ। ଦେଶର ବରିଷ୍ଠ ଅବସରପ୍ରାପ୍ତ ଆଇପିଏସ ତଥା କେନ୍ଦ୍ରୀୟ ସୂଚନା କମିଶନର ଯଶୋବର୍ଦ୍ଧନ ଝା ଆଜାଦ ଏକ ପୋଷ୍ଟ କରି ଶକ୍ତିଙ୍କ ଟପ୍ପର ହେବାର ସଫଳତାକୁ ନେଇ ଅଙ୍ଗୁଳି ଉଠାଇ ଏକ ପୋଷ୍ଟ କରିଛନ୍ତି। ଶକ୍ତି ଦୁବେଙ୍କ ପଞ୍ଚମ ଆଟେମ୍ପ୍ଟ ନେଇ ପ୍ରଶ୍ନ କରିଛନ୍ତି। ଶକ୍ତିଙ୍କୁ ଶୁଭେଛା ଦେବା ସହ ଅନେକ କଥା ପଚାରିଛନ୍ତି ଝା। ୨୫ ବର୍ଷ ବୟସ ପୁର୍ବରୁ ଦୁଇରୁ ଅଧିକ ଥର ପ୍ରୟାସ କରିବା ଉଚିତ ନୁହେଁ। ଅବଶ୍ୟ ପୋଷ୍ଟରେ ଶକ୍ତି ଦୁବେ ବଦଳରେ ସାକ୍ଷୀ ଦୁବେ ଲେଖି ପୋଷ୍ଟ କରିଛନ୍ତି ଝା। ଏହି ପ୍ରସ୍ତାବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। କାରଣ ଦୁବେ ୬ ବର୍ଷ ଭିତରେ ୫ ଥର ପ୍ରୟାସ ପରେ ହିଁ ଟପ୍ପର ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *