ଉତରାଖଣ୍ଡ କାଶୀବିଶ୍ୱନାଥ ମନ୍ଦିର ନିକଟରେ ରହିଛି ଜଗନ୍ନାଥ ମନ୍ଦିର, ମନ୍ଦିର ଉନ୍ନତି ପାଇଁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଉଦ୍ୟମ

Spread the love

ପୁରୀ : ଉତ୍ତରାଖଣ୍ଡ କାଶୀ ବିଶ୍ୱନାଥ ମନ୍ଦିର ପୂର୍ବରୁ ରହିଛି ଏକ ପୁରାତନ ଜଗନ୍ନାଥ ମନ୍ଦିର । ପାହାଡ଼ିଆ ଅଞ୍ଛଳର ମନ୍ଦିର ପାଖ ୫ଟି ଗାଁର ଇଷ୍ଟ ଦେବ ହେଉଛନ୍ତି ଜଗନ୍ନାଥ । ଶିଳା ରୂପରେ କେବଳ ଜଗନ୍ନାଥ ସେଠାରେ ପୂଜା ପାଉଛନ୍ତି । ଏ ସମ୍ପର୍କରେ ପ୍ରଥମେ ଶ୍ରୀମନ୍ଦିର ସେବକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସନ୍ଧାନ ପାଇବା ପରେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସେଠାକୁ ଯାଇ ମନ୍ଦିରରେ କିପରି ଭୋଗ ରାଗ ହୋଇପାରିବ, ପ୍ରଚାର ପ୍ରସାର ହେବ ଏବଂ ଜଗନ୍ନାଥଙ୍କ ମହିମା କିପରି ବ୍ୟାପକ କରାଯିବ ସେ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ପ୍ରଥମେ ପାଟ୍ଟଯୋଶୀ ମହାପାତ୍ର ତାଙ୍କ ଝିଅର ପାଠ ପଢିବା ପାଇଁ ଡ଼େରାଡ଼ୁନ ଯାଇଥିଲେ । ସେଠାରେ ଜଗନ୍ନାଥ ମନ୍ଦିର ଖୋଜି ଖୋଜି ପାଇନଥିଲେ । ଜଗନ୍ନାଥଙ୍କ ମହିମା ଯୋଗୁ କାଶୀ ବିଶ୍ୱନାଥ ମନ୍ଦିରର ୪ କିଲୋମିଟର ପୂର୍ବରୁ ଜଗନ୍ନାଥ ମନ୍ଦିର ରହିଛି ଶୁଣି ସେଠାକୁ ଯାଇଥିଲେ । ସଂଧ୍ୟା ହୋଇ ଯାଇଥିବାରୁ ଜଗନ୍ନାଥଙ୍କ ଦର୍ଶନ ନ ପାଇ ତାପର ଦିନ ଦର୍ଶନ କରିଥିଲେ । ପରେ ସବ୍ୟସାଚୀ ଓ ଅର୍ଚ୍ଚିତା ସେଠାରେ ଫିଲ୍ମ ସୁଟିଙ୍ଗ ପାଇଁ ଯାଇଥିବା ବେଳେ ମନ୍ଦିର ନିକଟକୁ ଯାଇଥିଲେ । ସାମାଜିକ ଗଣମାଧ୍ୟମ ଜରିଆରେ ସବ୍ୟସାଚୀ ମନ୍ଦିର ସମ୍ପର୍କରେ ତଥ୍ୟ ଖୋଜି ଥିଲେ । ଗତ ବାହୁଡ଼ା ଦିନ ସେଠାରେ ୫ଟି ଗ୍ରାମର ବାସିନ୍ଦାମାନଙ୍କୁ ଡ଼ାକି ଭଜନ କୀର୍ତନ କରିବା ସହ ମନ୍ଦିର କିପରି ରାଜ୍ୟ ସରକାର,ଉତରାଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର ହୋଇପାରିବ ସେ ସମ୍ପର୍କରେ ଉଦ୍ୟମ କରିଥିଲେ । ସେଠାର ସ୍ଥାନୀୟ ବାସିନ୍ଦା ଅର୍ଚ୍ଚିତାଙ୍କୁ ନିଜର ଝିଅ ଭାବି ବିଦାୟ ସମୟରେ ନୃତ୍ୟ ଗୀତ ସହ ଆନନ୍ଦିତ ହୋଇଥିଲେ । ସେଠାରେ ଜଗନ୍ନାଥଙ୍କ କାଳେସି ହିସାବରେ ଢୋଲ ଦେବତା ସବୁ କଥା କହୁଛନ୍ତି । ଅଚ୍ଚିତାଙ୍କ ଜନ୍ମ ଦିବସ ପାଳନ କରିଥିଲେ । ଓଡ଼ିଆ ଜଗନ୍ନାଥ ଭକ୍ତମାନେ ଉତରାଖଣ୍ଡର ସେହି ମନ୍ଦିର ପରିଦର୍ଶନ କରିବା ପାଇଁ ଚାହିଁଲେ ସେଠାର ସନ୍ଥ ଆଚାର୍ଯ୍ୟ ସଚ୍ଚିଦାନନ୍ଦ ମହାରାଜାଙ୍କ ମୋବାଇଲ ନମ୍ବର ୯୭୭୭୧୫୫୬୦୬ କୁ ଯୋଗାଯୋଗ କରିପାରିବେ । ଏଥିପାଇଁ ସୋସିଆଲ ମିଡ଼ିଆରେ ପେଜ୍ ଖୋଲିବା ପାଇଁ ସବ୍ୟସାଚୀ କହିଥିଲେ । ସେଇ ଗ୍ରାମର ନାମ ସାଲ୍ଡ । ମନ୍ଦିରର ପ୍ରଚାର ପ୍ରସାର ପାଇଁ ସମସ୍ତେ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *