ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ‘ସିଂଘମ୍ ଏଗେନ୍’ ଫିଲ୍ମର ପ୍ରମୋସନ ସମୟରେ ଅଭିନେତା ଅନେକ ସାକ୍ଷାତକାର ଦେଇଥିଲେ।ଏହି ସମୟରେ ସେ ତାଙ୍କ ଜୀବନକୁ ନେଇ କିଛି କଥା ମଧ୍ୟ ପ୍ରକାଶ କରିଥିଲେ।ଏହି ବାର୍ତ୍ତାଳାପରେ ଅର୍ଜୁନ କପୁର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଥିଲେ। ଅଭିନେତା ‘ହାସିମୋଟୋ ଥାଇରଏଡିଟିସ୍’ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ତେବେ ଆସନ୍ତୁ ଏହି ରୋଗ କ’ଣ ଏବଂ ଅଭିନେତା କିପରି ଏହି ରୋଗର ଶିକାର ହେଲେ ସେ ବିଷୟରେ ଜାଣିବା।ଏକ ସାକ୍ଷାତକାରରେ ଅର୍ଜୁନ କପୁର କହିଛନ୍ତି ଯେ ସେ ଅନେକ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି। ସେ କହିଛନ୍ତି, “ମୁଁ ହୃଦୟରୁ ଏକ ମୋଟା ପିଲା, ନୁହେଁ କି? ଏହି କଥା ମୋତେ ଅନେକ ବର୍ଷ ଧରି ମାନସିକ ଚାପ ଦେଇଛି।”ଏହି ସମସ୍ୟା କାରଣରୁ ଜଣେ ନା ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେଇପାରେ ନା ନିଜର ସଠିକ୍ ଯତ୍ନ ନେଇପାରେ। ଅଟୋଇମ୍ୟୁନ ବ୍ୟାଧି ହେତୁ ଅର୍ଜୁନ କପୁରଙ୍କୁ ମଧ୍ୟ ଏହି ସବୁ ସାମ୍ନା କରିବାକୁ ପଡିଛି।
ଅର୍ଜୁନ କପୁର କହିଛନ୍ତି ଯେ ତାଙ୍କର ହାଶିମୋଟୋ ଥାଇରଏଡିଟିସ୍ ନାମକ ଏକ ରୋଗ ଅଛି। ଏହି ରୋଗରେ ନିଜର ଆଣ୍ଟିବଡି ନିଜ ବିରୁଦ୍ଧରେ ଲଢେ। ସେ କହିଛନ୍ତି, “ଏହି କାରଣରୁ ମୋର ଓଜନ ବଢିଯାଉଛି କାରଣ ଏହି ସମୟରେ ଶରୀର ଉପରେ ଚାପ ବଢିଥାଏ। ଏହି ରୋଗ ମୋ ମା’ଙ୍କର ଥିଲା ଏବଂ ଭଉଣୀଙ୍କର ମଧ୍ୟ ଅଛି।”
Naxatra News is now on Whatsapp
Join and get latest news update delivered to you via whatsapp
Join Now