ଫିଲ୍ମ ‘ବାୱାଲ’ର ଟିଜରରେ ନଜର ଆସିଲା ବରୁଣ ଧାୱନ ଏବଂ ଜାନୱି କପୁରଙ୍କ କେମେଷ୍ଟ୍ରି

Spread the love

ବରୁଣ ଧାୱନ ଏବଂ ଜାନୱି କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ବାୱାଲ’ର ଟିଜର ରିଲିଜ ହୋଇଛି । ଉଭୟଙ୍କ ପ୍ରଥମ ଚିତ୍ର ସୋସିଆଲ ମିଡିଆରେ ପଦାକୁ ଆସିବା ପରଠାରୁ ଏହି ଯୋଡି ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ପ୍ରାୟତଃ ସୁଟିଂ ଭାରତ ଏବଂ ୟୁରୋପର ବିଭିନ୍ନ ସ୍ଥାନରେ କରାଯାଇଥିଲା। ଜାନୱି ଏବଂ ବରୁଣଙ୍କୁ ଏକାଠି ପରଦାରେ ଆଗରୁ କେବେ ଦେଖିବାକୁ ମିଳିନାହେନ୍ତି | ବର୍ତ୍ତମାନ ଟିଜର ଦେଖିବା ପରେ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ନିର୍ମାତାମାନେ ଏହି ସିଜଲିଙ୍ଗ ଦମ୍ପତିଙ୍କୁ ଏକାଠି କରିବା ପାଇଁ କାହିଁକି ଏତେ ସମୟ ଅପେକ୍ଷା କଲେ?

ବର୍ତ୍ତମାନ ବରୁଣ ଏବଂ ଜାନୱି ଚଳଚ୍ଚିତ୍ର ‘ବାୱାଲ’ର ଟିଜରରେ ସେମାନଙ୍କର ଇଣ୍ଟେନ୍ସ୍ କେମେଷ୍ଟ୍ରିର ତରଙ୍ଗ ସୃଷ୍ଟି କରିଛନ୍ତି, କହିପାରିବା ଯେ ନୀତେଶ ତିୱାରୀ ଏବଂ ସାଜିଦ ନାଦିଆଡୱାଲା ନିଶ୍ଚିତ ଭାବରେ ବାୱାଲ ‘ସହିତ ଏକ ନୂତନ ରୋମାଣ୍ଟିକ ଯୋଡି ଦେଇଛନ୍ତି । ପ୍ରାଇମ୍ ଭିଡିଓ ଦ୍ୱାରା ଉପସ୍ଥାପିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଗୋଟିଏ ଝଲକ ପ୍ରଶଂସକଙ୍କୁ ଦିୱାନା କରି ଦେଇଛି । ଚଳଚ୍ଚିତ୍ରର ଟିଜରରେ ସେମାନଙ୍କ ଚରିତ୍ରମାନଙ୍କ ମଧ୍ୟରେ ବଢୁଥିବା ପ୍ରେମ ସେମେନଙ୍କୁ ଆଗକୁ ଆହୁରି ଏକାଠି ଦେଖିବା ପାଇଁ ପ୍ରେରଣା ଯୋଗାଉଛି । ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ଜବରଦସ୍ତ ହୋଇଛି, ଯାହାକୁ ଦେଖି କୁହାଯାଇପାରେ ଯେ ଏହି ଯୋଡି ଆଗାମୀ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ । ଫିଲ୍ମ ‘ବାୱାଲ’ ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମ ଜୁଲାଇ 21 ରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ ହେବ ।

Leave a Reply

Your email address will not be published. Required fields are marked *