କରଣ: ବିଗବସ୍ 18 ଓ୍ୱିନର୍

ବିଗ୍ ବସ୍ 18 ର ଓ୍ୱିନର୍ ହୋଇଛନ୍ତି କରଣବୀର ମେହେରା। ୫୦ଲକ୍ଷ ଟଙ୍କା ପ୍ରାଇଜ୍ ମନି ସହ ଓ୍ୱିନର ଟ୍ରଫି ନିଜ ନାଁରେ କରିଛନ୍ତି କରଣବୀର। ୩ ମାସ ୧୮ ଦିନ ଧରି ଚାଲିଥିବା ବିଗ୍ ବସ୍ ସିଜିନ୍ ୧୮ର ଗାଣ୍ଡ୍ ଫାଇନାଲରେ ବାଜି ମାରିଛନ୍ତି କରଣ। ଆରମ୍ଭରୁ ୧୮ଜଣ ପ୍ରତିଯୋଗୀଙ୍କୁ ନେଇ ଚାଲିଥିବା ଏହି ସିଜିନରେ ଫାଇନାଲରେ ପ୍ରବେଶ କରିଥିଲେ ୬ଜଣ। କରଣଙ୍କୁ ଜିତାଇବାକୁ ସମସ୍ତଙ୍କ ଆଶୀର୍ବାଦ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କରଣଙ୍କ ମାଆ। ବାପାଙ୍କ ଜନ୍ମଦିନରେ ଏତେ ବଡ଼ ଜିତ୍ ପାଇଥିବାରୁ ଡବଲ ଖୁସି ବୋଲି କହିଛନ୍ତି କରଣ। କରଣଙ୍କ କୋ-ଷ୍ଟାର୍ ଅଙ୍କିତା ଲୋଖାଣ୍ଡେ ବି ଖୁସ୍ ଜାହିର୍ କରିଛନ୍ତି।

ଭିଭିୟାନ୍ ଡିସେନା ପ୍ରଥମ ରନର୍ସଅପ୍ ଓ ରଜତ ଦଲାଲ ସେକେଣ୍ଡ ରନର୍ସଅପ ହୋଇଛନ୍ତି। ସଲମାନ ଖାନଙ୍କ ହୋଷ୍ଟ ସାଙ୍ଗକୁ ଏହି ରିଅଲିଟି ସୋ ଶେଷସମୟ ଯାଏ ଡ୍ରାମା ଓ କେଟ୍ ଫାଇଟ୍ସ ଲାଗି ଦର୍ଶକଙ୍କୁ ବାନ୍ଧି ରଖିଥିଲା। କରଣ ଖତରୋଁ କେ ଖିଲାଡ଼ିର ସିଜିନ ୧୪ର ବି ଓ୍ୱିନର୍ ଥିଲେ। ଖତରୋଁ କେ ଖିଲାଡ଼ି-୭ରେ ସିଦ୍ଧାର୍ଥ ଶୁକ୍ଳା ଭିଭିୟାନଙ୍କୁ ହରାଇଥିଲେ। ବିଗବସ୍-୧୩ରେ ଅସୀମଙ୍କୁ ହରାଇଥିଲେ ସିଦ୍ଧାର୍ଥ। ଆଉ ଘଟଣାଚକ୍ରରେ ଖତରୋଁ କି ଖିଲାଡି ବା କେକେକେ-୧୪ରେ ଅସୀମଙ୍କୁ ହରାଇଥିଲେ କରଣ ଓ ଆଉ ଏବେ ବିବି-୧୮ରେ ଭିଭିୟାନଙ୍କୁ ବି ହରାଇଲେ। ସିଦ୍ଧାର୍ଥ ଶୁକ୍ଳାଙ୍କ ଲାଗି ସେ ଏତେ ବାଟ ଆସିଛନ୍ତି ବୋଲି କହିଛନ୍ତି କରଣ। ଉଭୟ ପରସ୍ପର ସହ ଏତେ ସମୟ କାଟିବାକୁ ସୁଯୋଗ ପାଇନଥିଲେ ସୁଦ୍ଧା ସିଦ୍ଧାର୍ଥଙ୍କ ଦାମୀ ବାଇକରେ ଫଟୋ ସୁଟ୍ କରିବାକୁ କେମିତି ସିଦ୍ଧାର୍ଥ ସୁଯୋଗ ଦେଇଥିଲେ, ସେ କଥାକୁ ସ୍ମରଣ କରିଛନ୍ତି କରଣ। ଆଉ କରଣଙ୍କ ଏଭଳି କୃତଜ୍ଞତା ଦେଖି ସିଦ୍ଧାର୍ଥ ବି ଶୁଭେଛା ଜଣାଇଛନ୍ତି। ସେପଟେ ଫାଇନାଲ-ଟୁ ରୁ ରଜତ ଦଲାଲ ଆଉଟ୍ ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ। ୬ଜଣ ଫାଇନାଲ ପ୍ରତିଯୋଗୀଙ୍କ ଭିତରେ ଆଗ ଆଉଟ୍ ହୋଇଥିଲେ ଇଶା ସିଂ। ତା ପରେ ଚୁମ ଦରାଙ୍ଗ, ଅବିନାଶ ମିଶ୍ରା ଆଟ୍ ହୋଇଥିଲେ। ଥାର୍ଡରେ ରଜତ ଆଉଟ୍ ହୋଇ ତୃତୀୟ ସ୍ଥାନରେ ରହିଲେ। କରଣଙ୍କ ଜିତ୍ ପରେ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ଅନେକ ୟୁଜର୍ସ ଟ୍ୱିଟରେ ଦୁଇଟି ହ୍ୟାସଟାଗ ସ୍କ୍ରିପଟେଡ୍ ବିଗ୍ ବସ୍ ଓ ବିଗ୍ ବସ୍ ଫିକ୍ସଡ ଓ୍ୱିନର ସୋ ନାଁରେ  ଟ୍ରେଣ୍ଡିଂ କରିଥିଲେ। କରଣଙ୍କ ଜିତ୍‌କୁ ସହଜେ ଗ୍ରହଣ କରିପାରୁନାହାନ୍ତି ଏମାନେ।

ଅକ୍ଟୋବର ୬, ୨୦୨୪ରେ ଆରମ୍ଭ ହୋଇଥିବା ଏହି ସିଜିନରେ ୟୁଟ୍ୟୁବର, ଆକ୍ଟର, ଓକିଲ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓ ମଡେଲ୍ ପ୍ରଭୃତି ଭାଗ ନେଇଥିଲେ। ଗଲା ୨ ବର୍ଷ ହେଲା ଇଣ୍ଟରନେଟ୍ ଦୁନିଆରେ ଖ୍ୟାତି ଲାଭ କରି ସୋସିଆଲ ମିଡିଆ ସେଲିବ୍ରିଟି ହିଁ ବିଗ୍ ବସ୍ ଟ୍ରଫି ଜିତୁ ଆସୁଛନ୍ତି। ଫାଇନାଲ ପୂର୍ବରୁ ଯେତେବେଳେ ଏଲଭିସ୍ ଯାଦବ ରଜତ ଦଲାଲଙ୍କୁ ଭୋଟ ଦେବାକୁ ଅପିଲ୍ କରିଥିଲେ। ସେତେବେଳେ ପ୍ରଶ୍ନ ଉଠିଥିଲା, ଏହି ସୋ ବିଗ ବସ୍ ପର୍ସନାଲିଟି ସୋ ନା ପୋପୁଲାରିଟି ସୋ। ତେବେ ଏହି ସୋରେ ବ୍ୟକ୍ତିତ୍ୱ ସହ ଲୋକପ୍ରିୟତା ବି ସେତିକି ଜରୁରୀ ବୋଲି ମତପ୍ରକାଶ ପାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *