ହୋଟେଲ ରୁମରେ ପ୍ରେମିକ ସହ ଥିଲେ ପତ୍ନୀ, ପହଞ୍ଚିଲେ ପତି, ତା ପରେ…

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଏକ ହୋଟେଲରେ ଶୁକ୍ରବାର ଘଟିଛି ଅଭାବନୀୟ ଘଟଣା। ହୋଟେଲ ରୁମରେ ପତ୍ନୀଙ୍କ ପ୍ରେମିକଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ। ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୁଲିସ ମୁତାବକ, ଦିଲ୍ଲୀର ଦୁଇ ମହିଳା ମନାଲି ଆସି ଏକ ହୋଟେଲରେ ରହିଥିଲେ। ମହିଳାଙ୍କ ମଧ୍ୟ ମଧ୍ୟରୁ ଜଣେ ବିବାହିତା ମହିଳା ଥିଲେ। ସେମାନେ ହୋଟେଲରେ ରୁମ ନେବା ପରେ ବିବାହିତା ମହିଳା ତାଙ୍କ ପୁରୁଷ ବନ୍ଧୁ ସନିଙ୍କୁ ସେଠାକୁ ଡକାଇଥିଲେ। ସନି ଆସିବା ପରେ ଉଭୟ ସେଠାରେ ରହିଥିଲେ। ପରଦିନ ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚିବା ଯାଇଥିଲେ ଓ ସନିକୁ ସେଠାରେ ଦେଖି ରାଗରେ ହିତାହତ ଜ୍ଞାନ ଭୁଲିଯାଇଥିଲେ।
ଏହା ପରେ ପକେଟରୁ ବନ୍ଧୁକ ବାହାର କରି ସନିକୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ମଧ୍ୟ ହତ୍ୟା କରିଛନ୍ତି ବୋଲି ମହିଳା ଜଣକ ପୁଲିସକୁ ସୂଚନା ଦେଇଛନ୍ତି। ହୋଟେଲ କର୍ମଚାରୀଙ୍କ ଅନୁଯାୟୀ, ସକାଳୁ ସକାଳୁ ହଠାତ୍ ହୋଟେଲ ଭିତରୁ ଗୁଳି ମାଡ ଶବ୍ଦ ଶୁଭିଥିଲା। ଏହା ଶୁଣି ସେଠାକୁ ଯାଇ କର୍ମଚାରୀ ଦେଖନ୍ତି ତ ଦୁଇଟି ମୃତଦେହ ସେଠାରେ ପଡିଥିଲା ଓ ହୋଟେଲ ରୁମର ଚଟାଣରେ ରକ୍ତ ବହୁଥିଲା। ହୋଟେଲ କର୍ମଚାରୀଙ୍କ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିଛି ଓ ଫରେନ୍ସିକ ଟିମ ସେଠାରେ ପହଞ୍ଚି ସେମାନଙ୍କ ତଦନ୍ତ ଆରମ୍ଭ କରି ଦେଇଛି।