ପୋଲୁର ଅଂଚଳରେ, ପହଂଚିଲା ପୁଷ୍ପା -୨ ସୁଟିଙ୍ଗର ରକ୍ତଚନ୍ଦନ!

Spread the love

ମାଲକାନଗିରି – ପୁଷ୍ପା -୨’ ଅଭିନୀତ ଫିଲ୍ମର ସୁଟିଂ ଆରମ୍ଭହବ ପୋଲୁର ଅଂଚଳରେ, ପହଂଚିଲା ସୁଟିଙ୍ଗର ରକ୍ତଚନ୍ଦନ!ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା -୨’କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ । ତେବେ,ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା ୨’ର ସୁଟିଂ ମାଲକାନଗିରିରେ ଖୁବ୍‌?ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେବଳ ସେତିକି ନୁହେଁ, ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାରଙ୍କ ସହ \’\’ପୁଷ୍ପା\’\’ ଟିମ୍ ମାଲକାନଗିରିରେ ପହଂଚିଛନ୍ତି । ମାଲକାନଗିରିର ପୋଲୁରରେ ସୁଟିଂ ହେବ ବୋଲି ଜଣାପଡ଼ିଛି । ତେବେ, ସୁଟିଂ ପାଇଁ ଉପଯୁକ୍ତ ସ୍ଥାନ ବୁଲି ,ଏହି ଟିମ୍‌?ରେ ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ବି ସୁଟିଂ ସ୍ଥାନ ପରିଦର୍ଶନ କରିଥିଲେ ଗତ ଶୁକ୍ରବାର ହେଲେ ଆଜି ଦେଖିବାକୁ ମିଳିଛି ସୁଟିଂ ସେଟରେ ଜିନିଷ ପତ୍ର ତଥା ପୁଷ୍ପା ୧ ପ୍ରସିଦ୍ଧ କୁତ୍ରିମ ଚନ୍ଦନ କାଠ ଗଦା ହୋଇଛି । ତେବେ, ଆସନ୍ତା ୧୦ ତାରିଖରେ ‘ପୁଷ୍ପା -୨’ର ସୁଟିଂ ଏଠାରେ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ, ଫିଲ୍ମର ହିରୋ ତଥା ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ହେବ । ତେବେ, ଫିଲ୍ମର ଅଧିକାଂଶ ସୁଟିଂ ଏଠାରେ ହେବ ବୋଲି ‘ପୁଷ୍ପା ’ ଟିମ୍ ପକ୍ଷରୁ କୁହାଯାଉଛି । ସେପଟେ, ‘ପୁଷ୍ପା -୨’ର ସୁଟିଂକୁ ନେଇ ଜିଲ୍ଲାପାଳଙ୍କ ଠାରୁ ପୁଣି ଥରେ ଅନୁମତି ଲୋଡିବେ ନିର୍ମାତା ବୋଲି ଜଣାପଡିଛି । ପୋଲୁର ମାନମକୋଣ୍ଡା ପଂଚାୟତର ଆଖପାଖ ଗାଁରେ ଫିଲ୍ମର ସୁଟିଂ ହେବ ବୋଲି ସୂଚନା ମିଳିଛି । ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଏଠାରେ ଆସିବେ ଓ ମାଫିଆ ମାନେ ଜଙ୍ଗଲ ଭିତରୁ ଚନ୍ଦନ କାଠ ଆଣି ନଈ ପାରି କରୁଥିବା ,ସିନେମାର ଏକ ସିନ ଏଠାରେ ସୁଟିଙ୍ଗ ହେବ । ସିନେମାର ସୁଟିଙ୍ଗ ଦେଖିବା ଲାଗି ଏବେ ଠାରୁ ଏହି ଅଂଚଳରେ ଭିଡ ଜମିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *