ଜାକଲିନ ଦେଶରୁ ଫେରାର ହେବାକୁ ଚାହୁଁଥିଲେ: ଇଡି

Spread the love

ନୂଆଦିଲ୍ଲୀ: ଆଜି ପୁଣି ଅଭିନେତ୍ରୀ ଜାକଲିନ ଫର୍ନାଡିସଙ୍କ ଜାମିନ ଆବେଦନ ଉପରେ ଇଡିର ବିରୋଧ ଏକ ବଡ ଖୁଲାସା କରିଛି। ଇଡି କହିଛନ୍ତି, ଜାକଲିନ ଯାଞ୍ଚ କାଳରେ ତଥ୍ୟ ପ୍ରମାଣ ସହ ହେରଫେର କରିଥିଲେ। ମୋବାଇଲର ଡାଟା ଡିଲିଟ କରିଥିଲେ। ଏମିତି କି, ଯାଞ୍ଚ ବେଳେ ସେ ଦେଶ ଛାଡି ଫେରାର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ନାମରେ ଜାରି ଲୁକ ଆଉଟ ଜାରି କାରଣରୁ ଏହା ସମ୍ଭବ ହୋଇ ପାରି ନାହିଁ ବୋଲି ଇଡି ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ତାରିଖରେ ହେବ।  

ଇଡି ଆହୁଣି କହିଛି, ଅଭିନେତ୍ରୀ କେବେ ଯାଞ୍ଚରେ ସହଯୋଗ କରି ନାହାନ୍ତି। ଯେବେ ବି ପ୍ରମାଣ ଦେଖା ଯାଇଛି ବା ଅନ୍ୟ ଅଭିଯୁକ୍ତମାନଙ୍କୁ ସମ୍ମୁଖରେ ବସାଇ ପଚରାଉଚରା କରାଗଲା, ସେ କେବଳ ହଁ ଭରିଥିଲେ। ସେ ଜାମିନରେ ଗଲେ ସାକ୍ଷ୍ୟ ପ୍ରମାଣ ନଷ୍ଟ ବା ପ୍ରଭାବିତ କରି ପାରନ୍ତି ବୋଲି ଇଡି କୋର୍ଟଙ୍କୁ ଜଣାଇଥିଲା।

ପଟିଆଲା କୋର୍ଟରେ ଇଡି କିଛି ଠୋସ ଦଲିଲ ଦାଖଲ କରି ଜାକଲିନଙ୍କ ଜାମିନକୁ ବିରୋଧ କରିଥିଲା। ଏହା ପୂର୍ବରୁ ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀ ଜାମିନ ଯାଚିକାର ଶୁଣାଣି ବେଳେ ଇଡି ଅଧିକ ସମୟ ମାଗିଥିଲେ। ସେପଟେ ଜାକଲିନଙ୍କ ଓକିଲ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଥିଲା ଇଡି ସମସ୍ତ ଅଭିଯୁକ୍ତଙ୍କ ଚାର୍ଜସିଟର କପି ଆମକୁ ଦେବ। କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇ ନାହିଁ। ଏହିମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ତାରିଖରେ ହେବ।

Leave a Reply

Your email address will not be published. Required fields are marked *