ଟ୍ବିଟ କରି ଗିରଫ କନ୍ନଡ ଅଭିନେତା

Spread the love

ବେଙ୍ଗାଲୁରୁ: କନ୍ନଡ ଅଭିନେତା ଚେତନ କୁମାରଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ। ସେ ହିନ୍ଦୁତ୍ବ ଉପରେ ଏକ ଟ୍ବିଟ କରିଥିଲେ ଯାହା ପରେ ଭାଇରାଲ ହୋଇଥିଲା। ସେ ତାଙ୍କ ଟ୍ବିଟରେ କହିଥିଲେ କି, ହିନ୍ଦତ୍ବ ମିଛ ଉପରେ ପ୍ରତିଷ୍ଠିତ। ଏହା ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କ ଟ୍ବିଟ ଦ୍ବାରା ରାଜ୍ୟରେ ବିଦ୍ବେଷ ସୃଷ୍ଟି ନେଇ ଅଭିଯୋଗରେ କୁହାଯାଇଥିଲା।  ଅଭିଯୋଗ ଆଧାରରେ ଶେଷାଦ୍ରିପୁରମ ପୁଲିସ ତାଙ୍କୁ ଗରିଫ କରିଛି। ଚେତନ କୁମାର ଜଣେ ଦଳିତ ଓ ଆଦିବାସୀ ସାମାଜିକ କର୍ମୀ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି।

ମାର୍ଚ୍ଚ ୨୦ ତାରିଖରେ ଚେତନ ଟ୍ବିଟରରେ ଦାବି କରିଥିଲେ କି,  ମିଛ ଉପରେ ହିନ୍ଦୁ ଧର୍ମ ଗଠିତ। ‘ସଭରକର: ଭାରତୀୟ ରାଷ୍ଟ୍ର ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ରାମ ରାବଣକୁ ପରାସ୍ତ କରି ଅଯୋଧ୍ୟା ଫେରିଥିଲେ- ଏକ ମିଛ।’ ଆହୁରି ଟ୍ବିଟରେ କହିଥିଲେ କି, ‘୧୯୯୨: ବାବରି ମସଜିଦ ରାମ ଜନ୍ମଭୂମି ଉପରେ ନିର୍ମିତ- ଏକ ମିଛ’। ‘୨୦୨୩: ଉରିଗୋଡା-ନାଞ୍ଜେଗୋଡା ଟିପୁଙ୍କ ହତ୍ୟାକାରୀ- ଏକ ମିଛ।’ ‘ହିନ୍ଦୁତ୍ବକୁ ସତ୍ୟ ଦ୍ବାରା ପରାହତ କରାଯାଇ ପାରିବ- ସତ୍ୟ ହିଁ ସମାନତା’।

ତାଙ୍କ ଏହି ଟ୍ବିଟ ଭାଇରାଲ ହେବାରେ ଲାଗିଥିଲା। କିଛି ଘଣ୍ଟା ପରେ ହିନ୍ଦୁ ସଂଗଠନ ପକ୍ଷରୁ ତାଙ୍କ ବିରୋଧରେ ଶେଷାଦ୍ରିପୁରମ ଥାନାରେ ଏକ ଏଫଆଇଆର ଦାୟର କରାଯାଇଥିଲା। ତେବେ ଏହା ଚେତନଙ୍କ ବିରୋଧରେ ପ୍ରଥମ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ। ୨୦୨୨ ଫେବୃଆରୀରେ ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତି କୃଷ୍ଣା ଦିକ୍ଷିତଙ୍କ ଉପରେ ଏକ ଆପତ୍ତିଜନକ ଟ୍ବିଟ କରିଥିଲେ।

Leave a Reply

Your email address will not be published. Required fields are marked *