୨୫ ବର୍ଷ ପରେ ଏକାଠି ସଞ୍ଜୁ-ସଲୁ

୨୫ ବର୍ଷ ପରେ ପୁଣି ଏକାଠି ଦେଖିବାକୁ ମିଳିବ ସଞ୍ଜୟ ଦତ୍ତ ଓ ସଲମାନ ଖାନଙ୍କୁ। ସଲମାନ-ସଞ୍ଜୁଙ୍କ ଯୋଡ଼ି ପୁଣି ଦେଖିବାକୁ ପାଇବେ ଦର୍ଶକ। ତେବେ ଫିଲ୍ମ ସମ୍ପର୍କରେ ସସପେନ୍ସ ରଖିଛନ୍ତି ସଞ୍ଜୟ। ତେବେ ଏ ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି କହିଛନ୍ତି ସଞ୍ଜୁ। ସାଜନ, ଚଲ ମେରେ ଭାଇ ଦେଖିଛନ୍ତି ଲୋକେ। ଏବେ ଦୁଇ ଭାଇଙ୍କ ଭିତରେ ଲଢ଼େଇ ବି ଦେଖିବେ ଦର୍ଶକ। ସଲମାନଙ୍କୁ ନିଜ ଛୋଟ ଭାଇ ବୋଲି ସମ୍ୱୋଧନ କରି ୨୫ ବର୍ଷ ପରେ ସେମାନେ ଏକାଠି କମବ୍ୟାକ୍ କରୁଥିବା କହିଛନ୍ତି ସଞ୍ଜୁ। ଭୂତନି ଫିଲ୍ମର ଟ୍ରେଲର ଲଞ୍ଚ ବେଳେ ମିଡିଆକୁ ଅପକମିଂ ଫିଲ୍ମ ବାବଦରେ ସୂଚନା ଦେଇଛନ୍ତି ସଞ୍ଜୟ। ମାର୍ଚ୍ଚ ୩୦ରେ ସଲମାନ ଅଭିନୀତ ଫିଲ୍ମ ସିକନ୍ଦରର ସଫଳତା ଲାଗି ଶୁଭେଛା ଦେଇଛନ୍ତି ସଞ୍ଜୟ। ୧୯୯୧ରେ ଏହି ଉଭୟ ଷ୍ଟାର୍ ସାଜ୍ଜନ, ୨୦୦୦ରେ ଚଲମେରେ ଭାଇ ଫିଲ୍ମରେ ଅଭିନୟ କରିଥିଲେ। ରିଅଲିଟି ସୋ ବିଗ୍ ବସର ଫାଇଭ୍ ସିଜିନରେ ବି କୋ-ହୋଷ୍ଟ କରିଥିଲେ ଉଭୟ। ଏବେ ଉଭୟଙ୍କ ଫ୍ୟାନ୍ସ ଏକ୍ସସାଇଟ୍ ଅଛନ୍ତି ଏମାନଙ୍କ ପରବର୍ତ୍ତୀ ଅନସ୍କ୍ରିନ୍ ଯୋଡ଼ିକୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *