ବିଗୁଡୁଛି ରାଜୁଙ୍କ ସ୍ବାସ୍ଥ୍ୟ, ବ୍ରେନ୍ ଡେଡ ସ୍ଥିତିକୁ ଯାଉଛି

Spread the love

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କ ବ୍ରେନ ଲଗାତର ଡେଡ ସ୍ଥିତିକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ରାଜୁଙ୍କ ସହାୟକ ଅଜିତ ସକ୍ସେନା। ସେ କହିଛନ୍ତି,ଏବେ ଖାଲି ଭଗବାନ ଭରସା।

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବାରେ ଲାଗିଛି। ତାଙ୍କ ବ୍ରେନ ଡେଡ ସ୍ଥିତିକୁ ଚାଲି ଆସିଛି। ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି ରାଜୁ। ତାଙ୍କ ବ୍ରେନ ଡେଡ ସ୍ଥିତିକୁ ଚାଲିଯାଇଥିବାର ସୂଚନା ଦେଇଛନ୍ତି ରାଜୁଙ୍କ ସହାୟକ ଅଜିତ ସକ୍ସେନା। ଅଜିତ ଆହୁରି କହିଛନ୍ତି, ରାଜୁଙ୍କ ହାର୍ଟରେ ମଧ୍ୟ ସମସ୍ୟାଦେଖା ଦେଇଛି।

୧୦ ଅଗଷ୍ଟରେ ଦିଲ୍ଲୀର ଏକ ହୋଟେଲ ଜିମରେ ରାଜୁ ବ୍ୟାୟାମ କରୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଗତ ୮ ଦିନରୁ ସେ ହୋସରେ ନାହାନ୍ତି। ଡାକ୍ତରୀ ଟିମ ତାଙ୍କୁ ପ୍ରତି କ୍ଷଣ ମନିଟରିଂ କରୁଛନ୍ତି।  କିଛି ଦିନ ପୂର୍ବରୁ ତାଙ୍କର ଏମଆରଆଇ କରାଯାଇଥିଲା। ଯେଉଁଥିରେ ତାଙ୍କ ବ୍ରେନର ଏକ ନର୍ଭ ଦବି ରହିଯାଇଥିବା ଜଣା ପଡିଥିଲା। ଏହା ପୂର୍ବରୁ ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିଲା କି ବର୍ତ୍ତମାନ ରାଜୁଙ୍କ ସ୍ଥିତି ସ୍ଥିର ରହିଛି ଓ ଭଲ ହେବାକୁ ପ୍ରାୟ ୧୦ ଦିନ ଲାଗିଯିବ।

Leave a Reply

Your email address will not be published. Required fields are marked *