ଭାରତର ସବୁଠୁ ଧନୀ ତାଲିକାରେ ବଲିଉଡ ଅଭିନେତା ଶାହରୁଖ ଖାନ

ଇଣ୍ଡିଆ ଧନୀ ତାଲିକା-୨୦୨୪ରେ ପ୍ରଥମ ଥର ସ୍ଥାନ ପାଇଛନ୍ତି ବଲିଉଡ୍ର କିଙ୍ଗ୍ ଖାନ । ସୋସିଆଲ ମିଡିଆରେ ଦବ୍ଦବା ପାଇଁ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ୪.୪୧ କୋଟି ଫଲୋଅର ସହିତ ଶାହରୁଖ ଭାରତର ସବୁଠୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୩୭୦୦ କୋଟି ।ଶାହରୁଖଙ୍କ ଅନ୍ଲାଇନ୍ ଉପସ୍ଥିତି ତାଙ୍କୁ ଅନ୍ୟ ସେଲିବ୍ରିଟି ଯଥା- ଋତ୍ୱିକ ରୋଶନ (୩.୨୩ କୋଟି ଫଲୋଅର) ଓ କରନ ଜୋହର (୧.୭ କୋଟି ଫଲୋଅର)ଙ୍କଠୁ ଆଗରେ ରଖିଛି । ଉଭୟ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷର ହୁରୁନ ଇଣ୍ଡିଆ ଧନୀ ତାଲିକାରେ ଅନେକ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସୋସିଆଲ ମିଡିଆର ଲାଭ ଉଠାଇ ନିଜର ପ୍ରଭାବ ବିସ୍ତାର କରିଛନ୍ତି । ଉଦ୍ୟୋଗପତି ରତନ ଟାଟା ୧.୩୧ କୋଟି ଫଲୋଅର ସହିତ ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ତାଙ୍କ ଫଲୋଅର ସଂଖ୍ୟା ୫ ଲକ୍ଷ ବଢ଼ିଛି ।ସେହିପରି ଏକ୍ସରେ ସର୍ବଦା ସକ୍ରିୟ ରହୁଥିବା ଏବଂ ଧ୍ୟାନ ଆକର୍ଷଣକାରୀ ପୋଷ୍ଟ୍ ଶେୟାର କରୁଥିବା ଆନନ୍ଦ ମହିନ୍ଦ୍ରା ୧.୧୨ କୋଟି ଫଲୋଅର ସହିତ ୫ମ ସ୍ଥାନରେ ଅଛନ୍ତି । ୫୩ ଲକ୍ଷ ଫଲୋଅର ସହିତ ୬ଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ସୁନ୍ଦର ପିଚାଇ, ସତ୍ୟ ନାଡେଲା, ନନ୍ଦନ କିଲେକାନି, ରୋନି ସ୍କ୍ର୍ୟୁୱାଲା ଯଥାକ୍ରମେ ୭ମ, ୮ମ, ୯ମ ଓ ୧୦ମ ସ୍ଥାନରେ ଅଛନ୍ତି । ହୁରୁନ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ହୁରୁନ ଇଣ୍ଡିଆ ଧନୀ ତାଲିକା ଭାରତର ଧନୀ ବ୍ୟକ୍ତିଙ୍କର ଏକ ବାର୍ଷିକ ରାଙ୍କିଙ୍ଗ୍ । ଚଳିତ ବର୍ଷର ତାଲିକା ସର୍ବନିମ୍ନ ୧,୦୦୦ କୋଟି ସମ୍ପତ୍ତି ଥିବା ୧,୫୩୯ ବ୍ୟକ୍ତିତ୍ୱଙ୍କୁ ସ୍ଥାନୀତ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *